ବିଦ୍ୟୁତ ବିଲ ପେମେଣ୍ଟ ନକଲେ ଲାଇନ କଟିଯିବା ନେଇ ଫ୍ରଡ଼ ମେସେଜ କୁ ସାବଧାନ।। ହ୍ୟାକ ହୋଇ ପାରେ ଆକାଉଣ୍ଟ।

0 353

“ଆଜି ରାତି ସାଢ଼େ ନଅ ଟା ରେ ଆପଣଙ୍କ ବିଦ୍ୟୁତ ସଂଯୋଗ କାଟି ଦିଆଯିବ। ଆପଣ ପୂର୍ବ ମାସର ବକେୟା ବିଲ ଦେଇ ନଥିବାରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅତି ଶୀଘ୍ର ଏହି ନମ୍ବର 8388821543 ରେ ଆପଣଙ୍କ ବିଦ୍ୟୁତ ଅଧିକାରୀଙ୍କ ସଙ୍ଗେ କଥା ହୁଅନ୍ତୁ।”to

ଏପରି ଏକ ମେସେଜ ଏବେ ସୋସିଆଲ ମିଡିଆ ରେ ଘୁରି ବୁଲୁଛି। ଏହା ଏକ ଠକ ରାକେଟ ର ମେସେଜ ବୋଲି ସନ୍ଦେହ ସୃଷ୍ଟି ହୋଇଛି। ଦିଆଯାଇଥିବା ନମ୍ବରରେ କଲ କଲେ ଏକ ଲିଙ୍କ ଡାଉନଲୋଡ଼ କରିବାକୁ କୁହା ଯାଉଛି। ଲିଙ୍କ ଡାଉନ ଲୋଡ଼ ହେଲାପରେ ବକେୟା ବିଲ ର ପରିମାଣ ଜମା କରିବାକୁ କୁହାଯାଉଛି। ଏହି ରାଶି ଜମା କଲା ପରେ ବ୍ୟାଙ୍କ ଆକାଉଣ୍ଟ ହ୍ୟାକ ହୋଇଯିବାର ସମ୍ଭାବନା ରହୁଛି। ତେଣୁ ଜନ ସାଧାରଣ ଏଥିପ୍ରତି ସଚେତନ ରହିବାକୁ ପରାମର୍ଶ ଦିଆଯାଉଛି। ବିଦ୍ୟୁତ ବିଭାଗ ପକ୍ଷରୁ ଏପରି କୌଣସି ମେସେଜ ଦିଆଯାଇ ନଥିବାର କୁହାଯାଇଛି।

Leave A Reply

Your email address will not be published.