କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ’ ଯୋଜନାକୁ ତୀବ୍ର ବିରୋଧ କରି ଦେଶର ବିଭିନ୍ନ ସ୍ଥାନରେ ଆନ୍ଦୋଳନ ଜାରି ରହିଛି।ଏହି ଆନ୍ଦୋଳନ ଆଜି ବିହାରରେ ଉଗ୍ର ରୂପ ନେଇଛି। ଉତ୍ୟକ୍ତ ଛାତ୍ର ଏବଂ ସେନାରେ ଆଶାୟୀ ମାନେ ଏକ ପ୍ୟାସେଞ୍ଜର ଟ୍ରେନ୍ରେ ରେ ନିଆଁ ଲଗାଇ ଦେଇଛନ୍ତି ।

ଏହି ଯୋଜନାରେ ସୈନ୍ୟମାନଙ୍କ ନିଯୁକ୍ତି ଚୁକ୍ତି ଭିତ୍ତିକ ଥିବା ବେଳେ ଚାକିରିର ଅବଧି ୪ ବର୍ଷ ଥିବାରୁ ଏହାକୁ ଜୋରଦାର ବିରୋଧ କରାଯାଛି। ଫଳରେ ଦେଶରେ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। କେତେକ ସ୍ଥାନରେ ଟାୟାର ଜାଳି ରାସ୍ତା ଅବରୋଧ କରିବା ସହ କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି କରାଯାଇଛି। ସେନାରେ ଆଶାୟୀ ଥିବା ବିହାର ଓ ଜୟପୁରର କେତେକ ଯୁବକ ଆନ୍ଦୋଳନ କରିଛନ୍ତି । ସେମାନେ ଚାକିରିର ସୁରକ୍ଷା ଏବଂ ପେନ୍ଶନ ବ୍ୟବସ୍ଥା ଦାବି କରି ଛନ୍ତି। ବିହାରାର ବକ୍ସାର ଜିଲ୍ଲାରେ ୧୦୦ ଜଣ ଯୁବକ ରେଲୱେ ଟ୍ରାକରେ ଧାରଣା ଦେଇଥିବା ଦେଖିବାକୁ ମିଳିଛି।
ଫଳରେ ପାଟନାରୁ ଯାତ୍ରା କରୁଥିବା ଜନଶତାବ୍ଦୀ ଏକ୍ସପ୍ରେସ୍ ଅଟକି ରହି ଥିଲା। ଆନ୍ଦୋଳନକାରୀ ମାନେ କେନ୍ଦ୍ର ସରକାରରଙ୍କ ଏହି ଯୋଜନାକୁ ପ୍ରବଳ ବିରୋଧ କରିଛନ୍ତି। ବିଶେଷକରି ବିହାରର ମୁଜାଫରପୁର ଏବଂ ବକ୍ସାରରେ ଆଜି ଆନ୍ଦୋଳନ ଜୋର ଧରିଛି । ବିଭିନ୍ନ ମହଲରୁ ସରକାରଙ୍କ ଏହି ନୂଆ ଯୋଜନାକୁ ସମାଲୋଚନା କରାଯାଇଛି। କେତେକ ଲୋକ ଆଜମୀର-ଦିଲ୍ଲୀ ରାଜପଥକୁ ଅବରୋଧ କରିଥିଲେ। ପୁଲିସ କେତେକ ଆନ୍ଦୋଳନକାରୀଙ୍କୁ ଗିରଫ କରିଥିଲେ କେନ୍ଦ୍ର ସରକାରଙ୍କ ଏହି ଯୋଜନାକୁ ବିଭିନ୍ନ ଅବସରପ୍ରାପ୍ତ ମେଜର ଜେନେରାଲ୍ ବିରୋଧ କରିଛନ୍ତି। ଅବସରପ୍ରାପ୍ତ ମେଜର ଜେନେରାଲ୍ ବିଏସ୍ ଧନୋଓା ସେନାବାହିନୀରେ ସେବା ସମୟ ୪ ବର୍ଷରୁ ୭ ବର୍ଷକୁ ବୃଦ୍ଧି କରାଯାଉ ଏବଂ ଏହି ଅବଧି ପରେ ୨୫ ପ୍ରତିଶତ ବଦଳରେ ୫୦ ପ୍ରତିଶତ ସୈନିକଙ୍କୁ ନିଆଯାଉ ବୋଲି ଦାବି କରିଛନ୍ତି।
ସୂଚନା ଅନପୁଯାୟୀ ସରକାରଙ୍କ ନୂଆ ଯୋଜନା ଅନୁଯାୟୀ ୧୭.୫ରୁ ୨୧ ବର୍ଷ ମଧ୍ୟରେ ପ୍ରାୟ ୪୫ ହଜାର ଲୋକଙ୍କୁ ସେନାରେ ନିଯୁକ୍ତି ମିଳିବ। ସେମାନଙ୍କ କାର୍ଯ୍ୟକାଳ ୪ ବର୍ଷ ରହିବ। ଏହି ସମୟ ମଧ୍ୟରେ ସେମାନଙ୍କୁ ମାସିକ ଦରମା ୩୦,୦୦୦-୪୦,୦୦୦ ମିଳିବ ଏବଂ ଏଥିସହ ଅନ୍ୟ ଭତ୍ତା ମଧ୍ୟ ମିଳିବ। ସେମାନଙ୍କୁ ମେଡିକାଲ ଏବଂ ଇନସୁରାନ୍ସ ସୁବିଧା ମଧ୍ୟ ମିଳିବ। ୪ ବର୍ଷ ପରେ ଏମାନଙ୍କ ମଧ୍ୟରୁ ମାତ୍ର ୨୫ ପ୍ରତିଶତ ସୈନିକ ସେନାରେ ରହିବେ ଏବଂ ସେମାନେ ସମ୍ପୂର୍ଣ୍ଣ ୧୫ ବର୍ଷ ପର୍ଯ୍ୟନ୍ତ ଅଣ ଅଫିସର ରାଙ୍କରେ ରହିବେ। ଅନ୍ୟମାନେ ସେନାରେ ରହିପାରିବେ ନାହିଁ। ଏହି ନିଷ୍ପତ୍ତି କୁ ନେଇ ବିଭିନ୍ନ ସ୍ଥାନରେ ତୀବ୍ର ବିରୋଧ କରାଯାଇଛି।
