ଆଜି ସନ୍ଧ୍ୟାରେ ଖୋଲାଯିବ ମନ୍ଦିରା ଡ୍ୟାମ ଗେଟ।। ବ୍ରାହ୍ମଣୀ ଜଳସ୍ତର ବୃଦ୍ଧି ସମ୍ଭାବନା।। ନଦୀକୂଳରେ ରହୁଥିବା ଲୋକ ସତର୍କ ରହିବାକୁ ପରାମର୍ଶ।
ଆଜି ମୌସୁମୀ ଓଡିଶା ଛୁଇଁ ସାରିଛି। ଚଳିତ ମୌସୁମୀ ଆରମ୍ଭରେ ରାଉରକେଲା ନିକଟ କାଂଶବାହଲ ରେ ଥିବା ମନ୍ଦିରା ଡ୍ୟାମ ର କେତେକ ଗେଟ ଆଜି ସନ୍ଧ୍ୟାରେ ଖୋଲାଯିବା ନେଇ ରାଉରକେଲା ଇସ୍ପାତ କାରଖାନା ପକ୍ଷରୁ ସୂଚନା ଦିଆଯାଇଛି। ଗେଟ ଖୋଲାଯିବା ଫଳରେ ଶଙ୍ଖ ଏବଂ ବ୍ରାହ୍ମଣୀ ନଦୀର ଜଳସ୍ତର ବୃଦ୍ଧି ପାଇବାର ସମ୍ଭାବନା ରହିଛି। ନଦୀ କୂଳରେ ରହୁଥିବା ଲୋକମାନେ ସଜାଗ ରହିବାକୁ ପରାମର୍ଶ ଦିଆଯାଇଛି। ଏହା ସହ ନଦୀ ମଧ୍ୟରେ କୌଣସି ପ୍ରକାର କାର୍ଯ୍ୟଧାରା ଜାରି ନରଖିବା ଲାଗି
ଆର ଏସ ପି କର୍ତ୍ତୃପକ୍ଷ ପରାମର୍ଶ ଦେଇଛନ୍ତି। ତେବେ ମନ୍ଦିରା ଡ୍ୟାମର କେତୋଟି ଗେଟ ଆଜି ଖୋଲାଯିବ ସେ ନେଇ ସୂଚନା ମିଳିପାରିନାହିଁ।