ରାଞ୍ଚି ଚାଲାଣ ବେଳେ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ।। ଦୁଇ ଜଣଙ୍କୁ ଗିରଫ କଲେ ପ୍ଲାଣ୍ଟସାଇଟ ପୋଲିସ।

0 307

ଝାରଖଣ୍ଡର ରାଞ୍ଚି କୁ ଚାଲାଣ ହେଉଥିବା ବେଳେ ରାଉରକେଲା ପ୍ଲାଣ୍ଟସାଇଟ ପୋଲିସ ୨୪ କେଜି ଗଞ୍ଜେଇ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି। ଜବତ ଗଞ୍ଜେଇ ର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଜଣାପଡିଛି। ଗୋପବନ୍ଧୁପାଲି ର ଶ୍ୟାମ ବିହାରୀ ଯାଦବ , ଏବଂ ମୁର୍ଷିଦାବାଦ ର ରଫିକୁଲ ଯାଦବ ପୁରୁଣା ଷ୍ଟେସନ ରୋଡର ଗଣେଶ ମୈଦାନ ନିକଟରେ ଗଞ୍ଜେଇ ନେଇ ଯାଉଥିବା ବେଳେ ପୋଲିସ ହାତରେ ଧରପଡିଥିଲେ। ଗିରଫ ଅଭିଯୁକ୍ତ ଦ୍ୱୟଙ୍କୁ କୋର୍ଟ ଚାଲାଣ କରାଯାଇଛି ।

Leave A Reply

Your email address will not be published.