ପୁଅର ଅନୈତିକ ସମ୍ପର୍କ ଯୋଗୁ ମା ର ଜୀବନ ଗଲା , ବାପା ଗୁରୁତର ।

0 1,027

ପୋଲିସ ର ତଦନ୍ତ ଆରମ୍ଭପୁଅର ପରକୀୟା ପ୍ରୀତି ଲାଗି ମା ର ଜୀବନ ଯାଇଥିବା ବେଳେ ବାପା ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଏପରି ଘଟଣା ଘଟିଛି ସୁନ୍ଦରଗଡ଼ ସଦର ଥାନା ଅନ୍ତର୍ଗତ ଜୁନାଡ଼ିହି ରେ। ଜୁନାଡୀହି ଗାଁ ର ମଧୁ ଓରାମ ଏବଂ ତାଙ୍କ ପତ୍ନୀ ବାଚି ଓରାମ ଙ୍କ ପୁଅ ବଳ ଓରାମ ର ସେହି ଗାଁ ର ଜଣେ ବ୍ୟକ୍ତି ଙ୍କ ସ୍ତ୍ରୀ ସହିତ ଅନୈତିକ ସମ୍ପର୍କ ଥିବା ତାଙ୍କ ସ୍ୱାମୀ ସନ୍ଦେହ କରି ଆସୁଥିଲେ ।ଏହାକୁ ନେଇ ଗତକାଲି ଉକ୍ତ ମହିଳାଙ୍କ ସ୍ୱାମୀ ମଧୁ ଓରାମ ଙ୍କ ଘରକୁ ତାର ପୁଅ କୁ ହତ୍ୟା କରିବା ଉଦେଶ୍ୟରେ ଯାଇଥିଲା । ଉକ୍ତ ସମୟରେ ମଧୁ ର ପୁଅ ବଳ ଓରାମ ଘରେ ନଥିଲେ । ଅନୈତିକ ସମ୍ପର୍କ କୁ ନେଇ ଅଭିଯୁକ୍ତ ବ୍ୟକ୍ତିଙ୍କ ମଧୁ ଏବଂ ତାଙ୍କ ସ୍ତ୍ରୀ ବାଚି ଙ୍କ ସହ ବଚସା ହୋଇଥିଲା । ହଠାତ ଉତକ୍ଷିପ୍ତ ହୋଇ ଅଭିଯୁକ୍ତ କାର୍ତ୍ତିକ ଟାଙ୍ଗିଆ ରେ ଉଭୟ ସ୍ୱାମୀ , ସ୍ତ୍ରୀ ଙ୍କୁ ଆକ୍ରମଣ କରିଥିଲା । ଘଟଣା ସ୍ଥଳରେ ମଧୁଙ୍କ ପତ୍ନୀ ବାଚି ଟାଙ୍ଗିଆ ଚୋଟ ରେ ମୃତ୍ୟୁ ବରଣ କରଥିବାବେଳେ ମଧୁ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଅବସ୍ଥା ରେ ମଧୁ ଙ୍କୁ ସୁନ୍ଦରଗଡ଼ ହସ୍ପିଟାଲ ରେ ଭର୍ତ୍ତି କରାଯାଇଛି। ଅନ୍ୟପଟେ ଅଭଯୁକ୍ତ କାର୍ତ୍ତିକ ହତ୍ୟା କରିବା ପରେ ଫେରାର ହୋଇଯାଇଛି । ଘଟଣା ସ୍ଥଳରେ ପୋଲିସ ସାଇଣ୍ଟିଫିକ ଟିମ ସହ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

, ଅଭିଯୁକ୍ତ ଫେରାର ।

Leave A Reply

Your email address will not be published.