ପାଞ୍ଚ ଦିନ ପରେ ପ୍ରାଣୀଧନ ଡାକ୍ତରଖାନା ଗେଟ ଖୋଲିଲା ।

0 394

ପାଞ୍ଚ ଦିନ ବନ୍ଦ ରହିବା ପରେ ଆଜି ବିରମିତ୍ରପୁର ରେ ଥିବା ପଶୁ ଡାକ୍ତରଖାନା ଖୋଲାଯାଇ ପାରିଲା । ଏଠାରେ ସ୍ଥାୟୀ ଡାକ୍ତର ନଥିବାରୁ 23 ତାରିଖରୁ ସ୍ଥାନୀୟ ଲୋକମାନେ ହସ୍ପିଟାଲରେ ତାଲା ପକାଇ ଦେଇଥିଲେ ।

ବିରମିତ୍ରପୁର ଅଞ୍ଚଳ ରେ ଚାଷ କାମ ବହୁଳ ଭାବେ ହେଉଥିବାରୁ ଏଠାରେ ଗାଈ ଗୋରୁ ଙ୍କୁ ପାଳନ କରାଯାଇଥାଏ । ମାତ୍ର ଏଠାରେ ଥିବା ପ୍ରାଣୀ ଧନ ଡାକ୍ତରଖାନାରେ ବହୁଦିନ ଧରି କୌଣସି ଡାକ୍ତର ନଥିବାରୁ ଗୃହପାଳିତ ପଶୁ ମାନଙ୍କ ଚିକିତ୍ସା ରେ ଅବହେଳା ହେଉଥିବା ଅଭିଯୋଗ ହେଉଥିଲା । ଆଜି ରାଉରକେଲା ରୁ ବରିଷ୍ଠ ଅଧିକାରୀ ମାନେ ବିରମିତ୍ରପୁର ରେ ପହଞ୍ଚି ସ୍ଥାୟୀ ଡାକ୍ତର ନିଯୁକ୍ତି ପ୍ରତିଶୃତି ଦେବା ପରେ ଗେଟ ର ତାଲା ଲୋକମାନେ ଖୋଲିଦେଇଥିଲେ । ପାନପୋଷ SDVO , ରାଉରକେଲା ପ୍ରାଣୀଧନ ଚିକିତ୍ସା ଅଧିକାରୀ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଲୋକମାନଙ୍କ ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ ।

Leave A Reply

Your email address will not be published.