ସିଭିଲ ଟାଉନଶିପ ରୁ ସ୍କ୍ରପିଓ ଗାଡି ଚୋରି ।କାର ରେ ଆସି ସ୍କ୍ରପିଓ ନେଇ ଚାଲିଗଲେ ।

0 1,122

ରାଉରକେଲା ସିଭିଲ ଟାଉନଶିପ ରୁ ଶନିବାର ରାତିରେ ଦୁବୃତ୍ତ ମାନେ ଏକ ସ୍କ୍ରପିଓ ଗାଡି ଚୋରି କରିନେଇଛନ୍ତି । ସିଭିଲ ଟାଉନଶିପ ର R- 28 ଘର ସମ୍ମୁଖ ରୁ ଏହି ଗାଡି ଚୋରି ହୋଇଯାଇଛି । ଏହି ଘରେ ସିଂ ଟ୍ରେଡିଂ ର ଅଫିସ ରହିଛି । ଏହି ବ୍ୟବସାୟ ପ୍ରତିଷ୍ଠାନର ପାର୍ଟନର ରିତେଶ ସିଂ ଗତକାଲି ବୋକାରୋ ରୁ ତାଙ୍କ ସ୍କ୍ରପିଓ ଗାଡି ନମ୍ବର JH-09 AL 8507 ରାଉରକେଲା ରେ ପହଞ୍ଚିଥିଲେ। ବ୍ୟବସାୟିକ କାମରେ ଆସି ସେ ତାଙ୍କ କାର୍ଯ୍ୟାଳୟ R-28 ରେ ରାହୁଥିଲେ । ଗାଡିଟି ଘର ସମ୍ମୁଖରେ ରଖାଯାଇଥିଲା । ପ୍ରାୟ ରାତି ତିନିଟା ବେଳେ ଏକ କାର ରେ ଚୋରମାନେ ଆସିଥିଲେ । ସ୍କ୍ରପିଓ ର ଡିକି ଖୋଲି ପଛ ପଟେ ଗାଡ଼ିରେ ପଶିଥିଲେ ଏବଂ GPS ସାଇରନ ସିଷ୍ଟମ ଙ୍କୁ ଭାଙ୍ଗି ଦେଇଥିଲେ । ପରେ କାର ଡୋର ଖୋଲି ବାହାରିଥିଲେ । ପରେ ବନେଟ ଖୋଲି ଗାଡି ଷ୍ଟାର୍ଟ କରି ନେଇ ପଳାଇଥିଲେ। ଏ ବାବଦରେ ରଘୁନାଥପାଲି ଥାନାରେ ଏତେଲା ହେବା ପରେ ପୋଲିସ ସିସି ଟିଭି ଫୁଟେଜ ଯାଞ୍ଚ କରି ତଦନ୍ତ କରୁଛନ୍ତି ।

Leave A Reply

Your email address will not be published.