ବେଦବ୍ୟାସ ନିକଟରେ ଦୁର୍ଘଟଣାରେ ଚାଲିଗଲା ଯୁବତୀଙ୍କ ଜୀବନ।। କିଛିଦିନ ପରେ ହେବାର ଥିଲା ବାହାଘର।

0 2,394

ଆଉ କିଛିଦିନ ପରେ ହେବାର ଥିଲା ଲଷ୍ମୀ ଙ୍କ ବିବାହ। ମାତ୍ର ବିଧିର ବିଧାନ ଅଲଗା। ମଙ୍ଗଳବାର ଦିନ ବେଦବ୍ୟାସ ନିକଟରେ ଏକ ଟ୍ରକ ଦୁର୍ଘଟଣାରେ ଚାଲିଗଲା ତାଙ୍କ ଜୀବନ। ବିବାହ ପୂର୍ବରୁ ଆସିଥିଲେ ବେଦବ୍ୟାସ ବୁଲିବାକୁ ଏବଂ ରାଉରକେଲା ବଜ଼ାର କରିବାକୁ। ସାଙ୍ଗରେ ଥିଲେ ତାଙ୍କ ବନ୍ଧୁ।

ଏକ ବାଇକ ରେ ରାଜଗାଙ୍ଗପୁର ଘରକୁ ଫେରୁଥିବା ବେଳେ ବେଦବ୍ୟାସ ଭଗବତୀ କଣ୍ଟା ପାଖରେ ବାଇକ ସାଙ୍ଗରେ ଧକ୍କା ହେଲା ଏକ ଟ୍ରକ । ଟ୍ରକ ଚକା ତଳେ ପଡି ଚାଲିଗଲା ୨୪ ବର୍ଷୀୟା ଲଷ୍ମୀ ମିଞ୍ଜ ଙ୍କ ଜୀବନ । ବାଇକ ଚଳାଉଥିବା ଯୁବକ ଜଣକ ଏହି ଦୁର୍ଘଟଣାରୁ ରକ୍ଷା ପାଇଯାଇଛନ୍ତି। ବ୍ରହ୍ମଣୀତରଙ୍ଗ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତକଙ୍କୁ ପୋଷ୍ଟମର୍ଟମ ପାଇଁ ପଠାଇବା ସହ ରାସ୍ତା କ୍ଲିଅର କରିଥିଲେ। ତେବେ ସବୁଠାରୁ ପରିତାପର ବିଷୟ ଥିଲା ଦୁର୍ଘଟଣା ପରେ ଲୋକଙ୍କ ଆଚରଣ। ପୋଲିସ ପହଞ୍ଚି ଟ୍ରକ ତଳେ ଚାପି ହୋଇ ରହିଥିବା ମୃତକଙ୍କ ଶରୀରକୁ ବାହାର କରିବାକୁ ଚେଷ୍ଟା କରୁଥିବା ବେଳେ ବହୁ ଲୋକ ମୋବାଇଲ ଫୋନ ରେ ଫୋଟୋ ଉଠାଉଥିଲେ ଏବଂ ଅନାବଶ୍ୟକ ଭିଡ଼ କରୁଥିଲେ। ପୋଲିସ ଏଥିରେ ଅସନ୍ତୋଷ ପ୍ରକାଶ କରିବା ପରେ ଲୋକମାନେ ଏହି ପ୍ରକାର ଅମାନବୀୟ ଆଚରଣରୁ ନିବୃତ୍ତ ହୋଇଥିଲେ।

Leave A Reply

Your email address will not be published.