ରାଉରକେଲା ର ବିଭିନ୍ନ ଥାନା ଅଞ୍ଚଳରେ ଧାର୍ମିକ ଶୋଭାଯାତ୍ର , ମିଟିଂ ଉପରେ ୧୪୪ ଧାରା ଲାଗୁ।। ସୋସିଆଲ ମିଡିଆ ପୋଷ୍ଟିଂ ଉପରେ ପ୍ରତିବନ୍ଧ।

0 569

ନୁପୁର ଶର୍ମାଙ୍କ ମନ୍ତବ୍ୟ କୁ ନେଇ ଦେଶର ବିଭିନ୍ନ ସ୍ଥାନରେ ଉତ୍ତେଜନା ଦେଖାଦେଇଥିବା ବେଳେ ରାଉରକେଲାରେ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି।

ସହର ର ବିଭିନ୍ନ ଥାନା ଅଞ୍ଚଳରେ ଧାର୍ମିକ ଶୋଭାଯାତ୍ରା ଏବଂ ମିଟିଂ ଉପରେ ୧୪୪ ଧାରା ଜାରି କରାଯାଇଛି। ପାନପୋଷ ଉପଜିଲ୍ଲାପାଳ ଙ୍କ ଆଦେଶ କ୍ରମେ ପ୍ଲାଣ୍ଟସାଇଟ , ଉଦିତନଗର , ରଘୁନାଥପାଲି , ବ୍ରହ୍ମଣୀତରଙ୍ଗ , ୧୫ ନମ୍ବର ସେକ୍ଟର ଥାନା ଅଞ୍ଚଳ ରେ ଧାର୍ମିକ ଶୋଭାଯାତ୍ରା ଉପରେ ଏହି କଟକଣା ଲାଗୁ ହୋଇଛି। ଏହାଛଡା ଲାଠିକଟା , ବନ୍ଧମୁଣ୍ଡା , ବିଶ୍ରା ଥାନା କ୍ଷେତ୍ରରେ ମଧ୍ୟ ଧର୍ମିକ ଶୋଭାଯାତ୍ରା ଉପରେ ୧୪୪ ଧାରା ଲାଗୁ କରାଯାଇଛି। ଏହି କଟକଣା ୧୩ ଜୁନ ୨୦୨୨ ରୁ ୧୭ ଜୁନ ୨୦୨୨ ମଧ୍ୟରାତ୍ର ପର୍ଯ୍ୟନ୍ତ ଜାରି ରହିବ । ସାମ୍ପ୍ରଦାୟିକ ସଦଦ୍ଭାବ ରକ୍ଷା କରିବାକୁ ଏହି ପଦକ୍ଷେପ ଅପରିହାର୍ଯ୍ୟ ହୋଇପଡିଥିବା ଅନୁଭବ କରିବା ପରେ ୧୪୪ ଧାରା ଲାଗୁ କରାଯାଇଛି। ଏହା ଛଡା ସାମାଜିକ ଗଣମାଧ୍ୟମରେ ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି କରୁଥିବା ପୋଷ୍ଟିଂ , ମେସେଜ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ଉଲ୍ଲେଖଯୋଗ୍ୟ ଯେ ସାମ୍ପ୍ରଦାୟିକ ସଦଦ୍ଭାବ ରକ୍ଷାକରିବା ଲାଗି ପୋଲିସ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଫ୍ଲାଗ ମାର୍ଚ୍ଚ କରାଯାଇଥିଲା ।

Leave A Reply

Your email address will not be published.