ରାଉରକେଲା ବାସୀ ଙ୍କ ଦୁଃଖ କୁକୁଡ଼ା ଗେଟ।। ଓଭର ବ୍ରିଜ କାମ ସରିବ କେବେ! ଉତ୍ତର ନାହିଁ କାହାରି ପାଖେ।। ଯାତ୍ରୀ ହନ୍ତସନ୍ତ।
ସୋମବାର ସନ୍ଧ୍ୟା। ରାଉରକେଲା ରୁ ଝାରଖଣ୍ଡ ସଂଯୋଗ କରୁଥିବା ରାସ୍ତାର କୁକୁଡ଼ା ଗେଟ ର ଉଭୟ ପାର୍ଶ୍ଵରେ ଅଟକି ରହିଥିଲା ଶହ ଶହ ଗାଡି। କାରଣ କୁକୁଡ଼ା ଗେଟ ଦେଇ ଯାଇଥିବା ରେଳମାର୍ଗ ରେ ଏକ ମାଲଗାଡିର ଇଞ୍ଜିନ ଖରାପ ହୋଇଯିବାରୁ ଦୁଇଘଣ୍ଟାରୁ ଉର୍ଦ୍ଧ୍ବ କାଳ ଗେଟ ବନ୍ଦ ରହିଥିଲା। ଏହି ସବୁ ସମସ୍ୟାକୁ ଦୃଷ୍ଟିରେ ରଖି ଏଠାରେ ଆରମ୍ଭ କରାଯାଇଛି ଏକ ଓଭର ବ୍ରିଜ ର ନିର୍ମାଣ କାମ। କିନ୍ତୁ କେତେକ ସଂଗଠନର ବିରୋଧ ଯୋଗୁଁ ଓଭର ବ୍ରିଜ କାମ କେତେବେଳେ ବନ୍ଦ ରହୁଛି ତ କେତେବେଳେ ଧୀରେ ଧୀରେ ଚାଲୁଛି। ଓଭରବ୍ରିଜ କାମ କେବେ ହେବ ତାର ଉତ୍ତର କାହାରି ପାଖରେ ନାହିଁ।

ରାଉରକେଲା ରୁ ଝାରଖଣ୍ଡ କୁ ସଂଯୋଗ କରୁଥିବା ରାସ୍ତା ମଝିରେ ଆସେ ଏହି କୁକୁଡ଼ା ଗେଟ। ମୁମ୍ବାଇ- ହାଉଡା ମାର୍ଗରେ ଥିବା ଏହି ଲେଭଲ କ୍ରସିଂ ଗେଟ ଦେଇ ପ୍ରତିଦିନ ଶହ ଶହ ଗାଡି ଝାରଖଣ୍ଡ ଯାଇଥାଏ। ଏହା ସହ ଏହି ମାର୍ଗ ଦେଇ ଗଲେ ଓଡ଼ିଶାର କେନ୍ଦୁଝର ଜିଲ୍ଲା ମଧ୍ୟ କମ ସମୟ ଲାଗେ। କିନ୍ତୁ ବନ୍ଧମୁଣ୍ଡା-ବିଶ୍ରା ମଧ୍ୟରେ ଥିବା ଏହି କୁକୁଡ଼ା ଗେଟ ଏବେ ଲୋକଙ୍କ ଦୁଃଖର କାରଣ ହୋଇଛି। ଏହି ରାସ୍ତାରେ ପ୍ରତିଦିନ ଶହଶହ ଗାଡି ଯାଉଥିବାରୁ ରେଳବାଇ ଏବଂ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଏକ ଓଭର ବ୍ରିଜ ହେଉଛି। ମୁମ୍ବାଇ- ହାଉଡା ମାର୍ଗ ଏକ ବ୍ୟସ୍ତ ରୁଟ ହୋଇଥିବାରୁ ବହୁ ସମୟ ଧରି ଏଠାରେ ଲେଭଲ କ୍ରସିଂ ଗେଟ ବନ୍ଦ ରହେ। ବିନା ବାଧାରେ ସଡକ ପଥରେ ଗାଡି ଯିବା ଆସିବା କରିବା ଲାଗି ଓଭର ବ୍ରିଜ ନିର୍ମାଣ କାମ ଆରମ୍ଭ କରାଯାଇଥିଲା। ଏଥିଲାଗି ଜମି ଅଧିଗ୍ରହଣ ସହ ଅର୍ଥ ର ମଧ୍ୟ ବନ୍ଦୋବସ୍ତ ହୋଇସାରିଛି। ମାତ୍ର କେତେକ କାରଣ ଯୋଗୁଁ କିଛି ସଂଗଠନ ଏହି ପ୍ରକଳ୍ପ କୁ ବିରୋଧ କରୁଥିବାରୁ ଓଭର ବ୍ରିଜ କାମ କଛପ ଗତିରେ ଚାଲିଛି। ସୋମବାର ସନ୍ଧ୍ୟାରେ ଏକ ମାଲଗାଡି ଇଞ୍ଜିନ ରେ ତ୍ରୁଟି ଯୋଗୁଁ ଦୁଇଘଣ୍ଟା ରୁ ଉର୍ଦ୍ଧ୍ବ କାଳ କୁକୁଡ଼ା ଗେଟ ବନ୍ଦ ରହିଲା। ଫଳରେ ଉଭୟ ପର୍ଶ୍ୱରେ ଶହଶହ ଗାଡି ଘଣ୍ଟାଘଣ୍ଟା ଅଟକି ରହିଲା।
ମାଲଗାଡି ର ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏହି ରୁଟ ଯାଉଥିବା ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଫଳରେ ଦୂରଗାମୀ ଟ୍ରେନ ଯାତ୍ରୀ ମନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏଥି ସହ ଅସୁବିଧା ଭୋଗ କରିଥିଲେ ସଡକ ପଥରେ ଯାଉଥିବା ଯାତ୍ରୀମାନେ । କୁକୁଡ଼ା ଗେଟ ଲେଭଲ କ୍ରସିଂ ଓଭର ବ୍ରିଜ ନିର୍ମାଣ ଅପରିହାର୍ଯ୍ୟ ହୋଇପଡିଥିବାରୁ ଉପୁଜି ଥିବା ସମସ୍ୟାର ଶୀଘ୍ର ସମାଧାନ କରି ଓଭର ବ୍ରିଜ ନିର୍ମାଣ କାମ ସାରିବାକୁ ସାଧାରଣରେ ଦାବି ହେଉଛି।