ଜଗନ୍ନାଥ ମହାପ୍ରଭୁଙ୍କ ଦେବ ସ୍ନାନ ଯାତ୍ରା ରାଉରକେଲା ର ବିଭିନ୍ନ ସ୍ଥାନରେ ପାଳିତ ହୋଇଯାଇଛି। ୩ ନମ୍ବର ସେକ୍ଟର ସ୍ଥିତ ଜଗନ୍ନାଥ ମନ୍ଦିର , ବାସନ୍ତୀ କଲୋନୀ , ପ୍ଲାଣ୍ଟସାଇଟ ରୋଡ ଏବଂ ଉଦିତ ନଗର ଜଗନ୍ନାଥ ମନ୍ଦିର ସମେତ ହନୁମାନ ବାଟିକା ରେ ଦେବ ସ୍ନାନ ଯାତ୍ରା ରେ ଶ୍ରଦ୍ଧାଳୁ ମାନଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା।

ଛେରା ପହଁରା ପରେ ବଡଭାଇ ବଳଭଦ୍ରଙ୍କୁ ପ୍ରଥମେ ସ୍ନାନ ବେଦୀକୁ ଅଣାଯାଇଥିଲା। ପରେ ଦେବୀ ସୁଭଦ୍ରା ଏବଂ ଶେଷରେ ଜଗନ୍ନାଥ ସ୍ନାନ ବେଦୀକୁ ଆସିଥିଲେ। ଶ୍ରୀଜୀଉ ଙ୍କ ସ୍ନାନ ଦର୍ଶନ କରିବାକୁ ଭକ୍ତ ମାନଙ୍କ ଭିଡ଼ ହୋଇଥିଲା।