ଲହୁଣୀପଡା ପୋଲିସ ଜବତ କରିଛି ୯ ଟି ଚିପ୍ସ ବୋଝେଇ ଟ୍ରକ। ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ଅଞ୍ଚଳରୁ ଏହି ଚିପ୍ସ କୋଇଡା ଚାଲାଣ ହେଉଥିଲା। ଖବର ପାଇ ପୋଲିସ ଉକ୍ତ ଟ୍ରକ ଗୁଡିକୁ ଥାନାକୁ ନେଇ ପରିବହନ ବିଭାଗ କୁ ଖବର ଦେଇଥିଲେ।

ଓଭର ଲୋଡିଙ୍ଗ ଅଭିଯୋଗରେ ପରିବହନ ବିଭାଗ ସାଢେ ୩ ଲକ୍ଷ ଟଙ୍କା ଜରିମାନା କରିଛନ୍ତି। ତେବେ ଏହି ଟ୍ରକ ଗୁଡିକ ବେଆଇନ ଚିପ୍ସ ନେଇ ଯାଉଥିବା ଅଭିଯୋଗ ହେବାପରେ ସ୍ଥାନୀୟ ତହସିଲଦାର ଘଟଣାର ଅନୁସନ୍ଧାନ କରିଛନ୍ତି। ବାରକୋଟ-ରାଜାମୁଣ୍ଡା ଜାତୀୟ ରାଜପଥ କାମ ଲାଗି ଏକ ଘରୋଇ କମ୍ପାନୀ ଖଣି ଲିଜ ନେଇଥିଲେ। ମାତ୍ର ଉକ୍ତ କମ୍ପାନୀ କାମ ଛାଡି ଚାଲିଗଲା ପରେ ଉକ୍ତ ଖଣିରୁ କିପରି ଚିପ୍ସ ଚାଲାଣ ହେଉଛି ତା ନେଇ ପ୍ରଶ୍ନ ଉଠିଛି। ତେବେ ରାଜସ୍ୱ ବିଭାଗ ଏବଂ ପୋଲିସ ର ତଦନ୍ତ ପରେ ସତ୍ୟାସତ୍ୟ ଜଣାପଡ଼ିବ ବୋଲି ଆଶା ପ୍ରକାଶ ପାଇଛି।