ଆସନ୍ତା ୧୪ ତାରିଖ ଶ୍ରୀ ଜୀଉଙ୍କ ସ୍ନାନ ପୂର୍ଣ୍ଣିମା। ଏଥିଲାଗି ରାଉରକେଲା ଇସ୍ପାତ ସହରରେ ଥିବା ବିଭିନ୍ନ ଜଗନ୍ନାଥ ମନ୍ଦିର ରେ ସମସ୍ତ ପ୍ରସ୍ତୁତି ସମ୍ପୂର୍ଣ୍ଣ ହୋଇଛି। ହନୁମାନ ବାଟିକା ରେ ଥିବା ସ୍ନାନ ମଣ୍ଡପକୁ ମଧ୍ୟ ନୂତନ ରୂପ ଦିଆଯାଇଛି ।

ଏଥିପାଇଁ ରବିବାର ଦିନ ସ୍ନାନ ମଣ୍ଡପରେ ଜଜ୍ଞ ଆଦି କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା। ଏହି ସ୍ନାନ ମଣ୍ଡପର ନୂତନ କଳେବର କୁ ବଣିକ ସଙ୍ଘ ର ସଭାପତି ସୁବ୍ରତ ପଟ୍ଟନାୟକ ସହଯୋଗରେ କରାଯାଇଛି। ଅମରେଶ ଏବଂ ସୁବ୍ରତ ଙ୍କ ପିତା ଗୋକୁଳ ଚନ୍ଦ୍ର ପଟ୍ଟନାୟକ ଏବଂ ମାତା ପ୍ରମିଳା ସୁନ୍ଦରୀ ପଟ୍ଟନାୟକ ଙ୍କ ସୃତି ରେ ସ୍ନାନ ମଣ୍ଡପକୁ ଲୋକାର୍ପିତ କରାଯାଇଛି ।