ଲାଞ୍ଚ ନେବା ବେଳେ ସିବିଆଇ ହାତରେ ଧରାପଡିଲେ ହେଡ ପୋଷ୍ଟ ଅଫିସର ପୋଷ୍ଟାଲ ଇନ୍ସପେକ୍ଟର।। ଅଧସ୍ତନ କର୍ମଚାରୀ ଙ୍କ ଠାରୁ ୫ ହଜାର ଟଙ୍କା ନେଉଥିଲେ ଲାଞ୍ଚ।

0 448

ଲାଞ୍ଚ ନେବା ବେଳେ ସିବିଆଇ ହାତରେ ଧରାପଡିଲେ ପୋଷ୍ଟାଲ ଇନ୍ସପେକ୍ଟର। ନିଜର ଅଧସ୍ତନ କର୍ମଚାରୀଙ୍କ ୬ ମାସର ବକେୟା ଦରମାର ବିଲ କରି ଦେବାକୁ ୫୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ସିବିଆଇ ଅଧିକାରୀଙ୍କ ହାତ ରେ ଧରାପଡିଲେ।

ସୁନ୍ଦରଗଡ଼ ମୁଖ୍ୟ ପୋଷ୍ଟ ଅଫିସ ର ପୋଷ୍ଟାଲ ଇନ୍ସପେକ୍ଟର ଉଜ୍ଜ୍ୱଳ କୁମାର ସୋମବାର ଦିନ ନିଜ କାର୍ଯ୍ୟାଳୟ ରେ ଏହି ଲାଞ୍ଚ ଟଙ୍କା ନେଉଥିବା ଅଭିଯୋଗ ହୋଇଛି। ସିବିଆଇ ଉଜ୍ଜ୍ୱଳ କୁମାରଙ୍କୁ ଅଟକ ରଖି ସୁନ୍ଦରଗଡରେ ସେ ରହୁଥିବା ଭଡା ଘରେ ସର୍ଚ୍ଚ କରୁଛନ୍ତି। ଏହି ଘଟଣା ସୁନ୍ଦରଗଡରେ ଚର୍ଚ୍ଚାର ବିଷୟ ହୋଇଛି।

Leave A Reply

Your email address will not be published.