ରାଉରକେଲା ଇସ୍ପାତ ସହରାଞ୍ଚଳ ବସ୍ତି ଏରିଆ ରେ ବସବାସ କରୁଥିବା ଲୋକଙ୍କ ଅନେକ ସମସ୍ୟା ରହିଛି। ସମସ୍ୟା ଗୁଡିକର ସମାଧାନ ଲାଗି କଂଗ୍ରେସ ନେତା ପ୍ରଶାନ୍ତ ସେଠି ତାଙ୍କ ଉଦ୍ୟମ ଜାରି ରଖିଛନ୍ତି। ‘

ଆସ ବସ୍ତିକୁ ଯିବା ‘ କାର୍ଯ୍ୟକ୍ରମ ଜରିଆରେ ରବିବାର ଦିନ ପ୍ରଶାନ୍ତ ଖରିଆବାହଲ ବସ୍ତି ପରିଦର୍ଶନ କରିଥିଲେ। ବସ୍ତିରେ ରହୁଥିବା ଲୋକଙ୍କ ବିଭିନ୍ନ ଅସୁବିଧା ଯଥା ବିଦ୍ୟୁତ , ପାନୀୟ ଜଳ , ଶୌଚାଳୟ ସମ୍ପର୍କରେ ସେ ଆଲୋଚନା କରିଥିଲେ। ବିଭାଗୀୟ ଅଧିକାରୀଙ୍କୁ ଭେଟି ସମସ୍ୟାର ସମାଧାନ କରିବାକୁ ଉଦ୍ୟମ କରିବେ ବୋଲି ପ୍ରଶାନ୍ତ ବସ୍ତି ବାସୀଙ୍କୁ ପ୍ରତିଶୃତି ଦେଇଥିଲେ ।