ସୁନ୍ଦରଗଡ ଜିଲ୍ଲା ହେମଗିରି ଥାନା କନିକା ରେଳ ଷ୍ଟେସନ ଠାରେ ସ୍ଥାନୀୟ ଗ୍ରାମବାସୀଙ୍କ ରେଳରୋକ ଆନ୍ଦୋଳନ ଆରମ୍ଭ ହୋଇଛି । ପୂର୍ବରୁ ଅନେକ ଯାତ୍ରୀବାହୀ ଟ୍ରେନ ଏହି ଷ୍ଟେସନ ରେ ରହୁଥିବା ବେଳେ କରୋନା ସମୟରେ ମାତ୍ର ଦୁଇଟି ପାସେଞ୍ଜର ଟ୍ରେନ ଛାଡି ଅନ୍ୟ କୌଣସି ଟ୍ରେନ ରହିଲା ନାହିଁ ।

ବର୍ତ୍ତମାନ ସମସ୍ତ ଟ୍ରେନ ଗଡିଲାଣି କିନ୍ତୁ କନିକା ଷ୍ଟେସନ ରେ ରହୁନାହି । ଫଳରେ ଅନେକ ଯାତ୍ରୀଙ୍କୁ ଟ୍ରେନ୍ ଧରିବା ପାଇଁ ଝାରସୁଗୁଡ଼ା ଯିବା ପାଇଁ ପଡୁଛି। ସ୍ଥାନୀୟ ସରପଞ୍ଚ ଙ୍କ ନେତୃତ୍ବ ରେ ଅନେକ ଥର ରେଳ ବିଭାଗୀୟ କର୍ତ୍ତୃପକ୍ଷ ଙ୍କ ଦୃଷ୍ଟି ଆକର୍ଷଣ କଲା ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନହେବା ଫଳରେ ଆଜି ଆନ୍ଦୋଳନ କୁ ଓହ୍ଲେଇଛନ୍ତି ସ୍ଥାନୀୟ ଲୋକେ । ମାଲବାହୀ ଟ୍ରେନ ଗୁଡ଼ିକୁ ସମ୍ପୂର୍ଣ୍ଣ ଅଟକାଇ ଦିଆଯାଇଥିବା ବେଳେ ଏକ୍ସପ୍ରେସ ଏବଂ ପାସେଞ୍ଜର୍ ଟ୍ରେନ ଗୁଡ଼ିକୁ ପ୍ରତୀକାତ୍ମକ ଭାବରେ ୧୦ ମିନିଟ ପାଇଁ ଅଟକାଇ ଛାଡି ଦିଆଯାଉଛି । ରେଳ କର୍ତ୍ତୃପକ୍ଷ ଦାବି ପୂରଣ ପାଇଁ ନିର୍ଭର ପ୍ରତିଶ୍ରୁତି ନଦେବା ଯାଏ ଏହି ଆନ୍ଦୋଳନ ଜାରି ରହିବ ବୋଲି ଆନ୍ଦୋଳନକାରୀ ମାନେ କହିଛନ୍ତି ।