ରାଉରକେଲା ଷ୍ଟେସନ ନିକଟ କ୍ରସରୋଡ଼ ମଲ ରେ ‘ବାରିସ’ ନାମକ ଏକ କାଫେ ଲାଉଞ୍ଜ ଉଦଘାଟିତ ହୋଇଯାଇଛି। ମଲ ର ପଞ୍ଚମ ମହଲା ସିନେ କାର୍ନିଭାଲ ସମ୍ମୁଖରେ ଏହି କାଫେ ରହିଛି।

‘ବାରିସ’ କାଫେ ରେ ସୁସ୍ୱାଦୁ ଏବଂ ସ୍ୱାସ୍ଥ୍ୟକର ଖାଦ୍ୟ ଗ୍ରାହକ ମାନଙ୍କୁ ପରିବେଷଣ କରାଯିବ ବୋଲି କାଫେର ମାଲିକ ଅମିତାଭ ସାମଲ କହିଛନ୍ତି। ଏଥିଲାଗି ଉନ୍ନତ ମାନର ସେଫ ଙ୍କୁ ନିୟୋଜିତ କରାଯାଇଛି। ଏତଦ ବ୍ୟତୀତ ମନୋରଞ୍ଜନ ର ବ୍ୟବସ୍ଥା ମଧ୍ୟ କରାଯାଇଛି। ପ୍ରତି ଶନିବାର ଏବଂ ରବିବାର ସନ୍ଧ୍ୟାରେ ଏହି କାଫେ ରେ ଲାଇଭ ଅର୍କେଷ୍ଟ୍ରା କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି କାଫେ ମ୍ୟାନେଜମେଣ୍ଟ ପକ୍ଷରୁ କୁହାଯାଇଛି।