ଅଘୋଷିତ ବିଦ୍ୟୁତ କାଟ ଏବଂ ଲୋ
ଭୋଲଟେଜ ଯୋଗୁଁ ହୋଟେଲ ଶିଳ୍ପ ପ୍ରଭବିତ ହେଉଥିବା ଅଭିଯୋଗ।। ରାଉରକେଲା ହୋଟେଲ ଆସୋସିଏସନ ର ଜରୁରୀ ବୈଠକ।
ନିମ୍ନ ମାନର ବିଦ୍ୟୁତ ସେବା ଯୋଗୁଁ ରାଉରକେଲା ସହରରେ ହୋଟେଲ ବ୍ୟବସାୟ ପ୍ରଭାବିତ ହେଉଥିବା ଅଭିଯୋଗ ହେଉଛି। ଏବେ ପ୍ରବଳ ଗରମ ହେଉଥିବା ବେଳେ ଏକ ମାସରୁ ଅଧିକ ସମୟ ହେଲା ସହରରେ ଲୋ ଭୋଲଟେଜ୍ ସହିତ ଅଘୋଷିତ ବିଦ୍ୟୁତ୍ କାଟ ବୃଦ୍ଧି ପାଇଛି |

ଏହି କାରଣରୁ ଏସି ଏବଂ କୁଲର ଠିକ୍ ଭାବରେ କାମ କରୁନାହିଁ । ପ୍ରବଳ ଗରମରେ ଲୋକମାନେ ନିଜ ଅସନ୍ତୋଷ ଜାହିର କରିଛନ୍ତି। ସାଧାରଣ ଲୋକଙ୍କ ସମସ୍ୟା ସହିତ ହୋଟେଲ ବ୍ୟବସାୟ ସହିତ ଜଡିତ ଲୋକଙ୍କ ସମସ୍ୟା ଯଥେଷ୍ଟ ବୃଦ୍ଧି ପାଇଛି। ବିଶେଷକରି ଚନ୍ଦ୍ରଲୋକ ହୋଟେଲ ଠାରୁ ମୁଖ୍ୟ ରାସ୍ତାର ମଧୁସୂଦନ ଛକ ଏବଂ ଷ୍ଟେସନ ରୋଡ଼ ଅଞ୍ଚଳରେ ଅଘୋଷିତ ବିଦ୍ୟୁତ୍ କାଟ ଏବଂ ଲୋ ଭୋଲଟେଜ୍ ସମସ୍ୟା ସହରର ଅନ୍ୟାନ୍ୟ ସ୍ଥାନ ଅପେକ୍ଷା ଅଧିକ ରହିଛି। ଏହି ପରିପ୍ରେକ୍ଷୀରେ ହୋଟେଲ ବ୍ୟବସାୟ ପ୍ରଭାବିତ ହେଉଥିବା ଅଭିଯୋଗ ହୋଇଛି । ରାଉରକେଲା ହୋଟେଲ ଏବଂ ରେଷ୍ଟୁରାଣ୍ଟ ଆସୋସିଏସନର ଏକ ପ୍ରତିନିଧି ଦଳ ବିଦ୍ୟୁତ୍ ବିଭାଗର ଅଧିକାରୀଙ୍କୁ ଭେଟି ଅଘୋଷିତ ବିଦ୍ୟୁତ୍ କଟ୍ ଏବଂ ଲୋ ଭୋଲଟେଜ୍ ଉପୁଜିଥିବା ସମସ୍ୟାରୁ ମୁକ୍ତି ପାଇବାକୁ ନିବେଦନ କରିଛନ୍ତି। ସଂପୃକ୍ତ ଜୋନର ଟ୍ରାନ୍ସଫର୍ମର
ଉପରେ ଅଧିକ ଲୋଡ଼ ପଡ଼ୁଥିବାରୁ ଏହି ସମସ୍ୟା ଉପଜିଥିବା ବିଭାଗୀୟ ଅଧିକାରୀମାନେ କହିଛନ୍ତି । ସମସ୍ୟାର ସମାଧାନ ଲାଗି ହୋଟେଲ ଆସୋସିଏସନ ମାଲିକମାନଙ୍କ ଏକ ବୈଠକ ରାଧିକା ହୋଟେଲ ଠାରେ ଶୁକ୍ରବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଥିଲା । ବୈଠକରେ
ବିଦ୍ୟୁତ ସମସ୍ୟାର ସମାଧାନ ଉପରେ ଆଲୋଚନା କରାଯାଇଥିଲା। ହୋଟେଲ ବ୍ୟବସାୟ କିପରି ସୁରୁଖୁରୁରେ ଚାଲିପାରିବ ସେଥିଲାଗି ହୋଟେଲ ଆସୋସିଏସନ ପକ୍ଷରୁ ପ୍ରଶାସନର ହସ୍ତକ୍ଷେପ ନିବେଦନ କରାଯାଇଛି।