୭୨ ଲିଟର ବେଆଇନ ବିଦେଶୀ ମଦ ଜବତ , ୧ ଗିରଫ।। ଅସାମାଜିକ କାର୍ଯ୍ୟକଳାପ ଉପରେ ରୋକ ଲଗାଇବାକୁ ରାଉରକେଲା ପୋଲିସର ଅଭିଯାନ ଜାରି।

0 359

ଅସାମାଜିକ କାର୍ଯ୍ୟକଳାପ ଉପରେ ଅଙ୍କୁଶ ଲଗାଇବାକୁ ରାଉରକେଲା ପୋଲିସ ପକ୍ଷରୁ ଆରମ୍ଭ କରାଯାଇଥିବା ଅଭିଯାନ ଜାରି ରହିଛି।

ଶୁକ୍ରବାର ସନ୍ଧ୍ୟାରେ ୧୯ ନମ୍ବର ସେକ୍ଟର ଥାନା ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା। ଏହି ଚଢାଉରେ ବେଆଇନ ମଦ କାରବାର କରୁଥିବା ଅଭିଯୋଗରେ ଜଣଙ୍କୁ ଗିରଫ କରଯାଇଛି। ଗିରଫ ବ୍ୟକ୍ତିଙ୍କ ନିକଟରୁ ୭୨ ଲିଟର ବିଦେଶୀ ମଦ ଜବତ କରାଯାଇଛି। ରାଉରକେଲା ର ପ୍ରାୟ ସମସ୍ତ ଥାନା କ୍ଷେତ୍ରରେ ଏପ୍ରକାର ଚଢ଼ାଉ ଜାରି ରହିଛି। ବିଶେଷ କରି ଅନ୍ଧାରୁଆ ଏବଂ ନିଛାଟିଆ ସ୍ଥାନରେ ମଦ୍ୟପାନ କରି ଅସାମାଜିକ କାର୍ଯ୍ୟକଳାପରେ ଜଡିତ ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ଆଗକୁ ଏପ୍ରକର ଚଢ଼ାଉ ଜାରି ରହିବ ବୋଲି ରାଉରକେଲା ପୋଲିସ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.