ଷ୍ଟେଟବ୍ୟାଙ୍କ ୟୁନୋ ଅପଡେଟ କରିବା ଆଳରେ ୮ ଲକ୍ଷ ରୁ ଉର୍ଦ୍ଧ୍ବ ଟଙ୍କା ଠକେଇ ର ପର୍ଦାଫସ କଲା ରାଉରକେଲା ସାଇବର ପୋଲିସ।। ୮ ଲକ୍ଷ ୬୦ ହଜାର ଫେରି ପାଇଲେ ଗ୍ରାହକ।
ବ୍ୟାଙ୍କ କର୍ତ୍ତୃପକ୍ଷ ଏବଂ ରାଉରକେଲା ସାଇବର ପୋଲିସର ସମୟୋଚିତ ପଦକ୍ଷେପ ଯୋଗୁଁ ଅନଲାଇନ ଠକାମିର ଶିକାର ହୋଇଥିବା ଜଣେ ଗ୍ରାହକ ୮ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଫେରି ପାଇଛନ୍ତି। ଏସବିଆଇ ଯୁନୋ ଅପଡେଟ ଆଳରେ ଜଣେ କଲେଜ ଅଧ୍ୟକ୍ଷଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୮ ଲକ୍ଷ ୮୪ ହଜାର ୯୯୯ ଟଙ୍କା ଠକେଇ ଘଟଣାର ପର୍ଦାଫାଶ କରିଛି ସାଇବର ଥାନା ପୁଲିସ l

ସାଇବର ଅପରାଧୀକୁ ପୁଲିସ ଠାବ କରିବା ସହ ତାଙ୍କ ଆକାଉଣ୍ଟରୁ ୮ ଲକ୍ଷ ୬୦ ହଜାର ଟଙ୍କା ଫେରାଇ ଆଣିଛି l ଉଲେଖ୍ୟଯୋଗ୍ୟ ରାଉରକେଲା ମୁନିସିପଲ କଲେଜର ଅଧକ୍ଷ୍ୟ ପରେଶ କୁମାର ପ୍ରଧାନଙ୍କୁ ଗତ ୧ ଜୁନରେ ତାଙ୍କ ମୋବାଇଲ ଫୋନକୁ ୟୁନୋ ଅପ୍ଡେଟ୍ କରିବାକୁ ଏକ ଲିଙ୍କ୍ ଆସିଥିଲା। ଡିଜାବୁଲ୍ ହୋଇଥିବାରୁ ଏନାବୁଲ୍ କରିବାକୁ ମେସେଜ୍ରେ ଲେଖାଥିଲା।।
କଲେଜ ଅଧ୍ୟକ୍ଷ ୟୁନୋ ଲିଙ୍କ୍ ମେସେଜ୍କୁ ଅପ୍ଡେଟ୍ କରିବାକୁ ଡାଉନ୍ଲୋଡ୍ କରିଥିଲେ। ଲିଙ୍କ୍କୁ ମୋବାଇଲରେ ଡାଉନ୍ଲୋଡ କରିବା ମାତ୍ରେ ଲଗ୍ଇନ୍ ଓ ପାସ୍ୱାର୍ଡ ଦେବାକୁ ମେସେଜ୍ ଆସିଥିଲା। ଏହାର ପରେ ଇ-ମେଲ୍ ଆଇଡି ଦେବାକୁ କହିବାରୁ ସେ ଇ-ମେଲ୍ ଆଇଡି ମଧ୍ୟ ଦେଇଥିଲେ। ଶେଷରେ ଅପ୍ଡେଟ୍ କରିବାକୁ ତାଙ୍କ ମୋବାଇଲକୁ ଏକ ଓଟିପି (ୱାନ୍ ଟାଇମ୍ ପାସ୍ୱାର୍ଡ) ଆସିଥିଲା। କର୍ମଚାରୀ ଜଣକ ପାସ୍ୱାର୍ଡ ଦେବାର କିଛି ସମୟ ପରେ ତିନିଟି ପର୍ଯ୍ୟାୟରେ ତାଙ୍କୁ ଆକାଉଣ୍ଟରୁ ଅନ୍ୟ ଏକ ଆକାଉଣ୍ଟକୁ ୮ ଲକ୍ଷ ୮୪ ହଜାର ୯୯୯ ଟଙ୍କା ଟ୍ରାନ୍ସଫର ହୋଇଯାଇଥିଲା। ହଠାତ୍ ଏତେ ଟଙ୍କା ଆକାଉଣ୍ଟରୁ ଆକାଉଣ୍ଟରୁ ଗାୟବ ହେବାରୁ କର୍ମଚାରୀ ଜଣକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏ ସଂକ୍ରାନ୍ତରେ ଜାଣିବାକୁ ବ୍ୟାଙ୍କ ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲେ। ବ୍ୟାଙ୍କ ଅଧିକାରୀ ସେ ଠକାମିର ଶିକାର ହୋଇଥିବା କହିବା ପରେ କଲେଜ ଅଧ୍ୟକ୍ଷ ସାଇବର ଥାନା ଯାଇଥିଲେ । ଯାଞ୍ଚ କରିବା ପରେ ଏହି ଟଙ୍କା ଆଇସିଆଇ ବ୍ୟାଙ୍କ କ୍ରେଡିଟ ଆକାଉଣ୍ଟ କୁ ଯାଇଥିବା ଜଣାପଡିଥିଲା। ବ୍ୟାଙ୍କ କର୍ତ୍ତୃପକ୍ଷ ଉକ୍ତ ଆକାଉଣ୍ଟ ରୁ ଟଙ୍କା ଫେରାଇ ଆଣିଥିଲେ। ଏବେ ସାଇବର ଥାନା ପୋଲିସ ଉକ୍ତ ଠକକୁ ଧରିବାକୁ ଉଦ୍ୟମ କରୁଛନ୍ତି
