ଟ୍ରାକ୍ଟରରୁ ପଡି ସଫେଇ କର୍ମଚାରୀଙ୍କ ମୃତ୍ୟୁ କୁ ନେଇ ଉତ୍ତେଜନା ଜାରି ।କାର୍ଯ୍ୟାନୁଷ୍ଠାନ ଦାବିରେ ବିରମିତ୍ରପୁର ଥାନାରେ ଏତେଲା ।

0 683

ଟ୍ରାକ୍ଟର ରୁ ପଡି ବିରମିତ୍ରପୁର ପୌରପାଳିକା ର ଜଣେ ଠିକା ସଫେଇ କର୍ମଚାରୀଙ୍କ ମୃତ୍ୟୁ ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । କ୍ଷତିପୂରଣ ଦାବି ଏବଂ ଏହି ଘଟଣାରେ ଦାୟୀ ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଆଜି ସଫେଇ କର୍ମଚାରୀ ମାନେ ଥାନା ସମ୍ମୁଖରେ ଧାରଣା ଦେଇଥିଲେ । ସୂଚନାଯୋଗ୍ୟ ଯେ ଗତକାଲି ଟ୍ରାକ୍ଟର ରେ ବର୍ଜ୍ୟବସ୍ତୁ ନେଇ ଯାଉଥିବା ବେଳେ ଧନେଶ୍ୱର ଗୋଛାୟତ ନାମକ ଜଣେ ସଫେଇ କର୍ମଚାରୀ ଟ୍ରାକ୍ଟରରୁ ପଡି ମୃତ୍ୟୁ ବରଣ କରିଥିଲେ ।

ଏହି ଘଟଣାକୁ ନେଇ ସଫେଇ କର୍ମଚାରୀ ମାନେ ଶନିବାର ଦିନ ପୌରପାଳିକା କାର୍ଯ୍ୟାଳୟ ସମ୍ମୁଖରେ କ୍ଷତିପୂରଣ ଏବଂ କାର୍ଯ୍ୟାନୁଷ୍ଠାନ ଦାବିରେ ଧାରଣା ଦେଇଥିଲେ । ମାତ୍ର କର୍ତ୍ତୃପକ୍ଷ ଏଥି ପ୍ରତି ଧ୍ୟାନ ଦେଇ ନଥିବା ଅଭିଯୋଗ ହୋଇଛି । ଫଳରେ ଆଜି ଧନେଶ୍ୱରଙ୍କ ପରିବାର ପକ୍ଷରୁ ବିରମିତ୍ରପୁର ଥାନାରେ ଏତେଲା ଦିଆଯିବା ସହ ଦୋଷୀ ପ୍ରତି କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି । ବିରମିତ୍ରପୁର ପୌରପାଳିକା ର ପୂର୍ବତନ ନଗରପାଳ ଶଶୀ ସାଗର ଙ୍କ ସମେତ ସଫେଇ କର୍ମଚାରୀ ସଂଘର କର୍ମକର୍ତ୍ତା ମାନେ ଧାରଣା ରେ ସାମିଲ ହୋଇଥିଲେ ।

Leave A Reply

Your email address will not be published.