ବଣେଇ ଏବଂ ବରସୁଆଁ ରେଞ୍ଜ ରେ ହାତୀପଲ୍ଲ ଙ୍କ ଉପଦ୍ରବ ଜାରି ।ହାତୀ ଆକ୍ରମଣରେ ଜଣେ ମୃତ , ବହୁ ଫସଲ ନଷ୍ଟ ।

0 551

ସୁନ୍ଦରଗଡ଼ ଜିଲ୍ଲା ବଣେଇ ଏବଂ ବରସୁଆଁ ଫରେଷ୍ଟ ରେଞ୍ଜ ରେ ହାତୀ ଉପଦ୍ରବ ଜାରି ରହିଛି। ଶନିବାର ରାତିରେ ବରସୁଆଁ ଫରେଷ୍ଟ ରେଞ୍ଜ ର ସିଡିମ୍ବା ଗ୍ରାମରେ ଏକ ହାତୀ ପଶି ଜଣଙ୍କ ର ଘର ଭାଙ୍ଗୁଥିଲା । ଗୃହସ୍ୱାମୀ ଘରୁ ଦୌଡ଼ି ପଳାଇ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡିଯାଇଥିଲେ । ହାତୀଟି ଶୁଣ୍ଡ ରେ ଉକ୍ତ ବ୍ୟକ୍ତିଙ୍କୁ କଚାଡି ମାରି ଦେଇଥିଲା । ବନ ବିଭାଗ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

ଅନ୍ୟପକ୍ଷରେ ବଣେଇ ଫରେଷ୍ଟ ରେଞ୍ଜ ଟୀକାୟତପାଲି , ଧାରିଣୀଧର ପାଲି ସେକ୍ସନ ଅଞ୍ଚଳ ରେ ହାତୀପଲ୍ଲ ପଶି ଧାନ ଫସଲ ନଷ୍ଟ କରିଥିବା ସୂଚନା ମିଳିଛି । ଚାଷ ଜମି ରେ ପଶି ଧାନ ଫସଲ ନଷ୍ଟ କରୁଥିବା ଯୋଗୁ ଚାଷୀ ଏବେ ଚିନ୍ତା ରେ । ବନ ବିଭାଗ ଏହି ଦୁଇ ଟି ହାତୀ କୁ ଘଉଡ଼ାଇବା ଉଦ୍ୟମ ଜାରି ରଖଥିବା ବେଳେ ହାତୀ ଦୁଇ ଟି ଜଙ୍ଗଲ କୁ ପଳାଇବା ପରେ ପୁଣି ଫେରି ଆସି ଧାନ ଫସଲ ନଷ୍ଟ କରୁଛନ୍ତି । ରାତିରେ ବନବିଭାଗ ଏବଂ ଗ୍ରାମବାସୀ ମାନେ ହାତୀ ଘଉଡ଼ାଇବା ରେ ଲାଗି ପଡିଛନ୍ତି। ପ୍ରତି ବର୍ଷ ଚାଷ ସମୟରେ ଜଙ୍ଗଲୀ ହାତୀପଲ୍ଲ ଗ୍ରାମକୁ ପଶି ଆସି ଧାନ ଫସଲ ନଷ୍ଟ କରିଥାନ୍ତି । ଏବେ ବରସୁଆଁ ରେଞ୍ଜ ଧାରିଣୀ ଧର ନିକଟରେ ହାତୀପଲ୍ଲ ଥିବା ବେଳେ ବନବିଭାଗ ପକ୍ଷରୁ ସେମାନଙ୍କ ଉପରେ ନଜର ରଖାଯାଇଛି ।

Leave A Reply

Your email address will not be published.