ଆସନ୍ତା ୧୨ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ହେବାକୁ ଥିବା ଭାରତ- ଦକ୍ଷିଣ ଆଫ୍ରିକା ଦୂତୀୟ T20 କ୍ରିକେଟ ମ୍ୟାଚ ଲାଗି ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। Meଆଜି ଉଭୟ ଦଳର ଖେଳାଳୀ ଏବଂ ଏବଂ ଅନ୍ୟ ଅଧିକାରୀ ମାନେ ଆସି ଭୁବନେଶ୍ୱର ରେ ପହଞ୍ଚି ସାରିଲେଣି। ଉଭୟ ଦଳର ଖେଳାଳି ଏବଂ ସମସ୍ତ ଟିମ ସଦସ୍ୟ ମେ ଫେୟାର ହୋଟେଲ ରେ ରହୁଛନ୍ତି।

ଭୁବନେଶ୍ୱର ବିମାନ ବନ୍ଦରରେ ପହଁଚିବା ପରେ ଉଭୟ ଟିମ ଙ୍କୁ କଡା ସୁରକ୍ଷା ବଳୟ ମଧ୍ୟରେ ମେ ଫେୟାର ହୋଟେଲକୁ ନିଆଯାଇଥିଲା । ହୋଟେଲ ରେ ଖେଳାଳି ଏବଂ ଟିମ ସଦସ୍ୟଙ୍କୁ ପାରମ୍ପରିକ ଶଙ୍ଖ ଏବଂ ବାଦ୍ୟ ବଜାଇ ସ୍ଵାଗତ କରାଯାଇଥିଲା । ଅପର ପକ୍ଷରେ ଖେଳାଳି ମାନଙ୍କ ସୁରକ୍ଷାଲାଗି ଉଭୟ ହୋଟେଲ ଏବଂ ବାରବାଟୀ ଷ୍ଟାଡିଅମ ରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।