ରାଉରକେଲା ରେ ଶିଶୁ ଶ୍ରମିକ ନିରାକରଣ ସଚେତନତା ସଭା ଅନୁଷ୍ଠିତ।

0 263

ରାଉରକେଲା: ୧୦/୬/୨୨: ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ ବିଭାଗ ସୁନ୍ଦରଗଡ ପକ୍ଷରୁ ଆଜି ଶିଶୁ ଶ୍ରମିକ ନିରାକରଣ ସଚେତନତା ସଭା ସ୍ଥାନିୟ ରାଉରକେଲା ମହାନଗରନିଗମ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।

ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ ଆୟୁକ୍ତ ଡା଼ ଶୁଭଙ୍କର ମହାପାତ୍ର ମୁଖ୍ଯ ଅତିଥି ଭାବରେ ଯୋଗ ଦେଇ କହିଥିଲେ ଯେ ଶିଶୁ ଶ୍ରମିକ ଏକ ସାମାଜିକ କଳଂକ। ଶିଶୁ ଶ୍ରମିକ ମାନଙ୍କୁ କେବଳ ଉଦ୍ଧାର କରିବା ଯେପରି ଗୁରୁତ୍ବପୂର୍ଣ। ତାହାଠାରୁ ଅଧିକ ମହତ୍ବପୂର୍ଣ୍ଣ ହେଉଛି ସେମାନଙ୍କୁ ସମାଜର ମୁଖ୍ଯ ସ୍ରୋତ ରେ ସାମିଲ କରିବା। ସେମାନଙ୍କର ଉପଯୁକ୍ତ ଶିକ୍ଷାଦାନ ର ବ୍ଯବସ୍ଥା କରିବା ସହିତ କାଉନସିଲିଂ କରିବା ଉଚିତ୍। ସେହିପରି ରାଉରକେଲା ଯୁଗ୍ମ ଶ୍ରମ ଆୟୁକ୍ତ ପ୍ରଣବ ପ୍ରକାଶ ଜେନା କହିଥିଲେ ଯେ ସମାଜର ସବୁ ବର୍ଗର ଲୋକମାନେ ଏକାଠି ହୋଇ ଉଦ୍ୟମ କଲେ ହିଁ ଶିଶୁ ଶ୍ରମିକ ସମାଜରୁ ଦୂର କରାଯାଇ ପାରିବ। ଏହା ବ୍ଯତୀତ ପିଏଆଇଟିଡିଏ ସରୋଜିନୀ କୁଲୁ, ସି ଡବ୍ଲ୍ୟୁ ସି ର ସଦସ୍ଯ ରଣଧୀର ଲେଙ୍କା ସମ୍ମାନୀୟ ଅତିଥି ଭାବରେ ଯୋଗ ଦେଇ ଶିଶୁ ଶ୍ରମିକ ନିରାକରଣ ଉପରେ ମତ ରଖିଥିଲେ। ରାଉରକେଲା ଜିଲ୍ଲା ଶ୍ରମ ଅଧିକାରୀ ଦିବ୍ୟ ଜ୍ୟୋତି ନାୟକ କାର୍ଯ୍ୟକ୍ରମ ର ପରିଚାଳନା କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମ ରେ ବିଶ୍ରା ବ୍ଲକ ଶିକ୍ଷା ଅଧିକାରୀ, ସୁନ୍ଦର ଗଡ ଓ ରାଉରକେଲା ର ଆରଏଲଆଇ, ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।

Leave A Reply

Your email address will not be published.