ଦେଢ଼ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ କଲେ ସୁନ୍ଦରଗଡ ଟାଉନ ଥାନା ପୋଲିସ।। ନିଶାଦ୍ରବ୍ୟ କାରବାର କରୁଥିବା ଅଭିଯୋଗରେ ଦୁଇ ଗିରଫ।
କିଛିଦିନ ବ୍ୟବଧାନ ପରେ ସୁନ୍ଦରଗଡ଼ ପୋଲିସ ପୁଣି ଲକ୍ଷାଧିକ ଟଙ୍କାର ବ୍ରାଉନସୁଗର ଜବତ କରିଛି। ବ୍ରାଉନସୁଗର ଚାଲାଣ କରିଥିବା ଅଭିଯୋଗରେ ୨ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ନିକଟରୁ ୩୯ ଗ୍ରାମ ୫୦୦ ମିଲି ଗ୍ରାମ ବ୍ରାଉନ ସୁଗର ଜବତ କରାଯାଇଛି।
ଜବତ କରାଯାଇଥିବା ବ୍ରାଉନସୁଗର ର ମୂଲ୍ୟ ଦେଢ ଲକ୍ଷ ଟଙ୍କା ହେବା ନେଇ ଆକଳନ କରାଯାଇଛି। ଏହି ଦୁଇଜଣ ଡ୍ରଗ୍ସ ଚାଲାଣକାରୀ ଏକ ବାଇକ ରେ ବ୍ରାଉନସୁଗର ନେଇ ଯାଉଥିବା ବେଳେ ଟାଉନ ଥାନା ପୋଲିସ ହାତରେ ଧରା ପଡିଥିଲେ। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ସୁନ୍ଦରଗଡ଼ ବାଇପାସ ରୋଡର ଅନ୍ନପୂର୍ଣ୍ଣା ହୋଟେଲ ନିକଟରୁ ପୋଲିସଏହି ଦୁଇଜଣଙ୍କୁ ଧରିଥିଲେ। ସେମାନଙ୍କ ନିକଟରୁ ବ୍ରାଉନସୁଗର ସହ ଗୋଟିଏ ବାଇକ , ଏଟିଏମ କାର୍ଡ , ଆଧାର କାର୍ଡ ଆଦି ଜବତ କରାଯାଇଛି । ନିଶା କାରବାର ରୋକିବାକୁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଉଥିବା ସୁନ୍ଦରଗଡ ଏସ ପି ସାଗରିକା ନାଥ କହିଛନ୍ତି।