ଭୁବନେଶ୍ୱର ରେ ଡେଙ୍ଗୁର ପାଦୁର୍ଭାଵ।। ଡେଙ୍ଗୁ ମୃତ୍ୟର ପ୍ରଥମ ଶିକାର କଟକର ପୂର୍ବତନ ଅତିରିକ୍ତ ଡିସିପି ସୁଦର୍ଶନ ସେଠି।

0 384

ଚଳିତ ବର୍ଷ ରାଜ୍ୟରେ ପ୍ରଥମ ଡେଙ୍ଗୁ ମୃତ୍ୟୁର ଶିକାର ହୋଇଛନ୍ତି ରାଉରକେଲା ର ପୂର୍ବତନ ଅତିରିକ୍ତ ଏସପି ତଥା କଟକ ର ପୂର୍ବତନ ଅତିରିକ୍ତ ଡିସିପି ସୁଦର୍ଶନ ସେଠି। ବୁଧବାର ଦିନ ଏହି ଘଟଣା ଘଟିଥିବା ବେଳେ ଭୁବନେଶ୍ୱର ମହାନଗର ନିଗମ ଡେଙ୍ଗୁ ମୁକାବିଲା ଲାଗି ଗ୍ରହଣ କରିଥିବା ପଦକ୍ଷେପ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଗତକାଲି ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା ସମୟରେ ପୂର୍ବତନ ଅତିରିକ୍ତ ଡିସିପି ସୁଦର୍ଶନ ସେଠୀ ମୃତ୍ୟୁ ବରଣ କରିଥିଲେ। ସେ ଡେଙ୍ଗୁ ରୋଗରେ ପୀଡିତ ହୋଇ ମଙ୍ଗଳବାର ସନ୍ଧ୍ୟାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଏହା ବ୍ୟତୀତ ସହରର ନୀଳାଦ୍ରି ବିହାର ଏବଂ ଡମନା ଅଞ୍ଚଳରୁ ଅଧିକ ଡେଙ୍ଗୁ ରୋଗ ଚିହ୍ନଟ ହୋଇଥିବା ମଧ୍ୟ ସୂଚନା ମିଳିଛି।

ତେବେ ବିଏମସି ଡେଙ୍ଗୁ ମୁକାବିଲା ଲାଗି ସେପରି କୌଣସି ପଦକ୍ଷେପ ନେଉନଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ମଶା ଧୂଆଁ ଛାଡିବା , ବୁଦା କାଟିବା କିମ୍ବା ମଶା ତେଲ ସ୍ପ୍ରେ କରିବା ଭଳି ପଦକ୍ଷେପ ଯୁଦ୍ଧ କାଳୀନ ଭିତ୍ତି ରେ ନିଆଯାଉ ନଥିବା ମଧ୍ୟ ଅଭିଯୋଗ ହେଉଛି ।

ବିଏମସି କେତେକ ନବନିର୍ବାଚିତ କର୍ପୋରେଟର ଅଭିଯୋଗ କରିଛନ୍ତି ଯେ ଯଦିଓ ସେମାନେ ବିଏମସି କର୍ତ୍ତୃପକ୍ଷଙ୍କୁ ପରିସ୍ଥିତି ସମ୍ପର୍କରେ ଅବଗତ କରାଇଥିଲେ ଏବଂ ଆବଶ୍ୟକ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ ତଥାପି ସେପରି କୌଣସି ପଦକ୍ଷେପ ନିଆଯାଇନାହିଁ।

ଅନ୍ୟପକ୍ଷରେ ଭୁବନେଶ୍ୱର ମେୟର ସୁଲୋଚାନା ଦାସ କହିଛନ୍ତି ଯେ ଏହି ରୋଗ କିପରି ନବ୍ୟାପିବ ସେଥି ପାଇଁ ପଦକ୍ଷେପ ନିଆଯାଉଛି। ବର୍ଷା ଦିନ ପାଖେଇ ଆସୁଥିବାରୁ ଘର ତଥା ଆଖପାଖ ଅଞ୍ଚଳର ଜଳ କିପରି ନଜମିବ ସେଥି ଲାଗି ଲୋକଙ୍କୁ ସଚେତନ କରାଯାଉଛି। ମଶା ଧୂଆଁ ଛାଡିବା, ବୁଦା କାଟିବା ଏବଂ ମଶା ତେଲ ସ୍ପ୍ରେ କରିବା ଆଦି କାର୍ଯ୍ୟ ଜାରି ରହିଛି ବୋଲି ସେ କହିଛନ୍ତି |

Leave A Reply

Your email address will not be published.