ରାଉରକେଲା ରେ ଜୁଏଲ ଙ୍କ ଉପରେ ଅଣ୍ଡାମାଡ଼ ଘଟଣାରେ ଥାନାରେ ଦୁଇଟି ମାମଲା ଦାୟର।। ପୋଲିସ ର ତଦନ୍ତ ଜାରୀ।

0 924

ସୁନ୍ଦରଗଡ ସାଂସଦ ଜୁଏଲ ଓରାମ ଙ୍କ ଗାଡି ଉପରେ ବୁଧବାର ସନ୍ଧ୍ୟାରେ ରାଉରକେଲା ରେ ଅଣ୍ଡାମାଡ଼ ଘଟଣାରେ ଥାନାରେ ୨ ଟି ମାମଲା ରଜ୍ଜୁ ହୋଇଛି। ଶକ୍ତି ନଗରରେ ବିଜେପିର ଏକ ମିଟିଂ ଚାଲିଥିବା ବେଳେ କେତେକ ଲୋକ ସେଠାରେ ଗଣ୍ଡଗୋଳ କରିଥିବା ଏକ ମାମଲା ୩ନମ୍ବର ସେକ୍ଟର ଥାନାରେ ହୋଇଛି।

ଅନ୍ୟପକ୍ଷରେ ବିଜେପିର କେତେକ କର୍ମକର୍ତ୍ତା ଅପରପକ୍ଷର ଦୁଇଜଣଙ୍କୁ ମାଡ ମାରିଥିବା ମାମଲା ମଧ୍ୟ ଥାନାରେ ଏତେଲା ହୋଇଛି। ପୋଲିସ ଉଭୟ ମାମଲାର ତଦନ୍ତ କରୁଛି। ଗୋଟିଏ ଅଭିଯୋଗ ବିଜେପିର ଅଙ୍କୁଶ ବର୍ମା ଏବଂ ଅନ୍ୟଙ୍କ ନାମରେ ହୋଇଛି। ଅନ୍ୟ ଏକ ଅଭିଯୋଗ ପ୍ରଶାନ୍ତ ମାଝି , ଗୌରୀ ମୁଣ୍ଡାରୀ ଏବଂ ଅନ୍ୟ ଜଣଙ୍କ ନାମରେ ହୋଇଛି। ଜୁଏଲ ଙ୍କ ସଭାରେ ଗଣ୍ଡଗୋଳ ଘଟଣାରେ ବିଜେପି କାର୍ଯ୍ୟାନୁଷ୍ଠାନ ଦାବି କରିଥିବା ବେଳେ ଅଣ୍ଡା ମାଡ ଘଟଣାରେ ସେମାନଙ୍କ ସମ୍ପୃକ୍ତି ନଥିବା କହିଛନ୍ତି ଅପରପକ୍ଷ ।

Leave A Reply

Your email address will not be published.