କନଭେୟର ବେଲ୍ଟ ରେ ଚାପିହୋଇ ଠିକ ଶ୍ରମିକଙ୍କ ମୃତ୍ୟୁ।।ରାଉରକେଲା ଇସ୍ପାତ କାରଖାନା ୧ ନମ୍ବର ବ୍ଲାଷ୍ଟ ଫରନେସ ରେ ଦୁର୍ଘଟଣା।।
ରାଉରକେଲା ଇସ୍ପାତ କାରଖାନା ୧ ନମ୍ବର ବ୍ଲାଷ୍ଟ ଫରନେସ ରେ ଦୁର୍ଘଟଣା ଘଟି ଜଣେ ଠିକା ଶ୍ରମିକ ମୃତ୍ୟୁ ବରଣ କରିଛନ୍ତି। ମୃତକ ବଣେଇ ଉପଖଣ୍ଡର ଫୁଲଝର ଅଞ୍ଚଳର ୨୩ ବର୍ଷୀୟ ଗଣସିରା ମୁଣ୍ଡାରୀ ଏବଂ ଏବେ ସେ ରାଉରକେଲା ଲାଲଟାଙ୍କି ଅଞ୍ଚଳରେ ରହୁଥିଲେ।

ଗଣସିରା TD Construction କମ୍ପାନୀରେ ଠିକା ଶ୍ରମିକ ଭାବେ କାମ କରୁଥିଲେ। ସୋମବାର ସକାଳେ ୧ନମ୍ବର ବ୍ଲାଷ୍ଟ ଫରନେସ ରେ କାମ କରୁଥିବା ବେଳେ କନଭେୟର ବେଲ୍ଟ ରେ ଚାପି ହୋଇଯିବାରୁ ମୃତ୍ୟୁ ବରଣ କରିଥିଲେ । ଗଣସିରାଙ୍କ ବିବାହ ପ୍ରାୟ ଦେଢବର୍ଷ ତଳେ ହୋଇଥିଲା। ବିଭିନ୍ନ ଶ୍ରମିକ ସଂଗଠନ ଏହି ଘଟଣାରେ ଉଦବେଗ ପ୍ରକାଶ କରିବା ସହ ଗଣସିରା ଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି। ଅନ୍ୟପକ୍ଷରେ ଏହି ଦୁର୍ଘଟଣାର ଏକ ଉଚ୍ଚସ୍ତରୀୟ ତଦନ୍ତ ଲାଗି କମିଟି ଗଠନ କରାଯିବା ନେଇ ଆରଏସପି ପକ୍ଷରୁ କୁହାଯାଇଛି। ଗଣସିରା ମୁଣ୍ଡାରୀ ଙ୍କ ମୃତ୍ୟୁ ରେ ରାଉରକେଲା ଇସ୍ପାତ କାରଖାନା ର ଡ଼ାଇରେକ୍ଟର ଇନଚାର୍ଜ ଅତନୁ ଭୌମିକ ଗଭୀର ଶୋକ ପ୍ରକାଶ କରିଛନ୍ତି। ତାଙ୍କ ପରିବାର କୁ ସମସ୍ତ ପ୍ରକାର ସାହାଯ୍ୟ ଯୋଗାଇ ଦିଆଯିବ ବୋଲି ଶ୍ରୀ ଭୌମିକ କହିଛନ୍ତି ।