ରାଉରକେଲା ର ପୁଅ ଅନୁପ ଗର୍ଗ ସର୍ବଭାରତୀୟ UPSC ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଖବର ପାଇବା ପରେ ସହରରୁ ତାଙ୍କ ପରିବାର ପାଖକୁ ଶୁଭେଚ୍ଛା ବାର୍ତ୍ତା ଛୁଟିଛି।

ଅନୁପ ରାଉରକେଲା ର ବିଶିଷ୍ଟ ବ୍ୟବସାୟୀ ସୁଶୀଲ ଗର୍ଗ ଙ୍କ ସୁପୁତ୍ର ଏବଂ ରୋଟାରିଆନ ରାଜେଶ ଗର୍ଗ ଙ୍କ ପୁତୁରା। ଏବେ ଅନୁପ ଦିଲ୍ଲୀରେ ଅଛନ୍ତି । ସେ ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଖବର ପାଇବା ପରେ ତାଙ୍କ ପରିବାର ତଥା ସମ୍ପର୍କୀୟ ମାନଙ୍କ ମଧ୍ୟରେ ଖୁସିର ଲହର ଖେଳିଯାଇଥିଲା । ରାଇରକେଲା ବଣିକ ସଂଘର ସଭାପତି ସୁବ୍ରତ ପଟ୍ଟନାୟକ ଅନୁପଙ୍କୁ ତାଙ୍କ ସଫଳତାରେ ଶୁଭେଚ୍ଛା ବାର୍ତ୍ତା ପଠାଇଛନ୍ତି ।
