ଉଦିତନଗର ସୁପରମାର୍କେଟ ର ଏକ ଦୋକାନରୁ ୧୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ମୋବାଇଲ ଫୋନ ଚୋରି ଅଭିଯୋଗ।। ପୋଲିସ ତଦନ୍ତ ଜାରି।

0 692

ରାଉରକେଲା ଉଦିତନଗର ସୁପର ମାର୍କେଟ ର ଏକ ମୋବାଇଲ ଦୋକାନରୁ ଆଜି ଭୋରୁ ଏକ ବଡ ଧରଣର ଚୋରି ହୋଇଯାଇଛି। ଚୋରି ହୋଇଥିବା

ଫୋନ ଗୁଡିକର ଆନୁମାନିକ ମୂଲ୍ୟ ୧୫ ରୁ ୧୭ ଲକ୍ଷ ଟଙ୍କା ହେବ ବୋଲି ଦୋକାନ ମାଲିକ କହିଛନ୍ତି । ଚୋର ମାନେ ଦୋକାନର ଶଟର କୁ କୌଣସି ଯନ୍ତ୍ର ସାହାଯ୍ୟରେ ଉଠାଇ ଦୋକାନ ମଧ୍ୟକୁ ପଶି ଥିବାର ଜଣା ପଡୁଛି। ଦୋକାନ ମଧ୍ୟରେ ଥିବା ସମସ୍ତ ମୋବାଇଲ ଫୋନ କୁ ଖୋଳ ରୁ ବାହାର କରି ନେଇଯାଇଛନ୍ତି। ଏହି ଲୁଟ ରେ ଅନ୍ୟୁନ୍ୟ ୫ ଜଣ ସାମିଲ ଥିବା ସିସିଟିଭି ଫୁଟେଜରୁ ଜଣା ପଡୁଛି। ଏହି ଚୋରି ଶନିବାର ବିଳମ୍ବିତ ରାତି କିମ୍ବା ରବିବାର ଭୋରୁ ହୋଇଥିବା ଅନୁମାନ କରାଯାଉଛି। ଉଦିତନଗର ଥାନା ପୋଲିସ ଏହି ଚୋରି ମାମଲା ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.