ଅନଲାଇନ ଏବଂ ଫେସବୁକ ଜରିଆରେ ହେଉଥିବା ଠକାମି ସମ୍ପର୍କରେ ପୋଲିସ ର ସଚେତନତା।। ବଣାଇ ପୋଲିସର ଜନ ସଚେତନତା କାର୍ଯ୍ୟକ୍ରମ।
ସୁନ୍ଦର ଗଡ଼ ଜିଲ୍ଲା ବଣାଇ ଉପଖଣ୍ଡ ରେ ବଣାଇ ପୋଲିସ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ କରାଯାଇଛି। ପୁଲିସର ଦାୟିତ୍ୱ ଏବଂ ଜନସାଧାରଣଙ୍କ ଅଧିକାର ସମ୍ପର୍କରେ ସଚେତନତା କରାଇବା ଲାଗି ଏକ ଜନସମ୍ପର୍କ ଶିବିର କେନାଭେଟା ପଞ୍ଚାୟତରେ ଅନୁଷ୍ଠିତ ହୋଇଯାଇଛି।

ଏଥିରେ ବଣାଇ ଥାନା ର ଇନିସ୍ପେକ୍ଟର ରଂଜନ କୁମାର ନାୟକ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଅପରାଧର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ। ଆଜିକାର ସମୟରେ କିପରି ଅନଲାଇନ , ଫେସ ବୁକ ଜରିଆରେ ଠକାମି ହେଉଛି ସେ ବାବଦରେ ସଚେତନ କରାଇ ଥିଲେ । ଅନଲାଇନ କାରବାର , ଫେସବୁକ ହେଣ୍ଡେଲ କିପରି ସୁରକ୍ଷିତ ଭାବେ କରାଯାଇ ପାରିବ ତାଉପରେ ଆଲୋକପାତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟଙ୍କ ସମେତ ବିଭିନ୍ନ ପଞ୍ଚାୟତ ର ଜନସାଧାରଣ ଭାଗ ନେଇଥିଲେ।