ସୁନ୍ଦରଗଡ଼ ଜିଲ୍ଲାରେ ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଉଦଯାପିତ।। ୩ ହଜାର ୩୫୨ ଜଣ କ୍ରୀଡ଼ାବିତ କରିଥିଲେ ଆବେଦନ।
ସୁନ୍ଦରଗଡ ଜିଲ୍ଲାରେ ୪ ଦିନ ଧରି ଚାଲିଥିବା ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି। ଉଭୟ ବାଳିକା ଏବଂ ବାଳକ ବର୍ଗରେ ସମୁଦାୟ ୩ ହଜାର ୩୫୨ ଜଣ ଅନଲାଇନ ରେ ଏହି କାର୍ଯ୍ୟକ୍ରମରେ ଭାଗ ନେବାକୁ ଆବେଦନ କରିଥିଲେ। ଜିଲ୍ଲାର ୧୭ ଟି ବ୍ଲକରେ ଅଧିକାରୀ ମାନେ କ୍ରୀଡ଼ାବିତ ମାନଙ୍କ ଦକ୍ଷତା ଉପରେ ଯାଞ୍ଚ କରିଥିଲେ। ଚୟନ ପ୍ରକ୍ରିୟା ରେ ସଫଳ ହୋଇଥିବା ବାଳକ , ବାଳିକା କ୍ରୀଡ଼ାବିତ ମାନେ ରାଜ୍ୟ କ୍ରୀଡା ଛାତ୍ରାବାସ ରେ ପ୍ରଶିକ୍ଷଣ ନେଇପାରିବେ ।

ଏହି ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ରେ ଯୋଗଦେଇଥିବା ବାଳକ , ବାଳିକା ମାନେ ନିଜର ଖୁସି ଜାହିର କରିଥିଲେ। ଏହି କାର୍ଯ୍ୟକ୍ରମ ଦ୍ୱାରା ଭଲ କ୍ରୀଡ଼ାବିତ ହୋଇ ବାହାରିବା ସ୍ୱପ୍ନ ତାଙ୍କର ପୁରା ହେବ ବୋଲି କହିଥିଲେ ଛାତ୍ରଛାତ୍ରୀ।
ଯେଉଁ କ୍ରୀଡ଼ାବିତ ମାନେ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ରେ ଚୟନ ହେବେ ସେମାନେ ପ୍ରଥମେ ଜିଲ୍ଲାସ୍ତରୀୟ କ୍ରୀଡା ଅନ୍ୱେଷଣ ରେ ସାମିଲ ହେବେ। ପରେ ସଫଳ କ୍ରୀଡ଼ାବିତ ମାନେ ରାଜ୍ୟ ସ୍ତରୀୟ କ୍ରୀଡା ପ୍ରତିଭା ଅନ୍ୱେଷଣ ରେ ଭାଗ ନେବାର ସୁଯୋଗ ପାଇବେ ।