ରାଉରକେଲା ବିଶ୍ରା ଅଞ୍ଚଳ ରାସ୍ତା କଡରୁ ଯୁବକଙ୍କ ମୃତ ଦେହ ଉଦ୍ଧାର।। ପୋଲିସ ତଦନ୍ତ ଜାରି।

0 791

ରାଉରକେଲା ବିଶ୍ରା ଥାନା ଅନ୍ତର୍ଗତ ଚେକ ଗେଟ ନିକଟରୁ ଶନିବାର ସକାଳେ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ୨୪ ବର୍ଷୀୟ ଏହି ଯୁବକ ଜଣକ ସ୍ଥାନୀୟ ଏକ ଆଲମିରା କାରଖାନାରେ କାମ କରୁଥିଲେ।

ମୃତକ ରାଜେଶ ଶାହା ୱ
ଏବଂ ସେ ପଶ୍ଚିମବଙ୍ଗ ମାଲଦା ଅଞ୍ଚଳର ବୋଲି ଜଣା ପଡ଼ିଛି। ଆଜି ସକାଳେ ମୃତ ଯୁବକ ରାସ୍ତା କଡ଼ ଡ୍ରେନ ରେ ପଡିଥିବା ଦେଖି କିଛି ଲୋକ ପୋଲିସ କୁ ଖବର ଦେଇଥିଲେ। ବିଳମ୍ବିତ ରାତିରେ କୌଣସି କାରଣରୁ ଯୁବକ ଜଣକ ବାହାରକୁ ଆସିଥିବା ବେଳେ ଗାଡି ଧକ୍କା ରେ ମୃତ୍ୟୁ ହେଇଥିବା ସନ୍ଦେହ କରାଯାଉଛି। ତେବେ ପୋଲିସ ମୃତ ଦେହ ଜବତ କରି ଘଟଣା ର ତଦନ୍ତ କରୁଛି। ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁ କାରଣ ଜଣାପଡ଼ିବ ବୋଲି ପୋଲିସ କହିଛି।

Leave A Reply

Your email address will not be published.