ଡିସେମ୍ବର ସୁଦ୍ଧା ସମସ୍ତ ଗାଡ଼ିରେ ଲାଗିବ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ।। ଅମାନ୍ୟ କଲେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା।

0 849

ଗାଡ଼ିରେ ଏବେ ଆଉ ପୁରୁଣା ନମ୍ବର ପ୍ଲେଟ୍ ଚଳିବ ନାହିଁ । ଏଣିକି ପ୍ରତ୍ୟେକ ଗାଡ଼ିରେ ଲାଗିବ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ନମ୍ବର ପ୍ଲେଟ୍ । ଉଭୟ ନୂଆ ଓ ପୁରୁଣା ଗାଡ଼ିରେ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ ଲଗାଇବା ବାଧ୍ୟତାମୂଳକ ।

ଏ ନେଇ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛ। ନୂଆ ନମ୍ବର ପ୍ଲେଟ ଲଗାଇବାକୁ ଗାଡ଼ି ମାଲିକଙ୍କୁ ଅନ୍ୟୁନ୍ୟ ୩ ମାସ ସମୟ ଦିଆଯିବ । ୨୦୧୯ ଏପ୍ରିଲ ପୂର୍ବରୁ ପଞ୍ଜିକୃତ ହୋଇଥିବା ଗାଡ଼ି ପାଇଁ ଟାଇମ୍ ଲାଇନ୍ ସ୍ଥିିର କରାଯାଇଛି ।
ଯେଉଁମାନଙ୍କର ଗାଡ଼ିର ଶେଷ ନମ୍ବର ୧ କିମ୍ବା ୨ ରହିଥିବ, ସେମାନଙ୍କ ପାଇଁ ଅଗଷ୍ଟ ୩୧ ତାରିଖ ଯାଏଁ ସମୟ ଦିଆଯାଇଛି । ଗାଡ଼ିର ଶେଷ ନମ୍ବର ୩ କିମ୍ବା ୪ ଥିଲେ, ସେପ୍ଟେମ୍ବର ୩୦ ମଧ୍ୟରେ ନୂଆ ନମ୍ବର ପ୍ଲେଟ ଲଗାଇବାକୁ ବାଧ୍ୟ । ଗାଡ଼ିର ଶେଷ ନମ୍ବର ୫ କିମ୍ବା ୬ ଥିଲେ, ଅକ୍ଟୋବର ୩୧ ଓ ଗାଡ଼ିର ଶେଷ ନମ୍ବର ୭ କିମ୍ବା ୮ ଥିଲେ, ନଭେମ୍ବର ୩୦ ଏବଂ ଗାଡ଼ିର ଶେଷ ନମ୍ବର ୯ କିମ୍ବା ଶୂନ ଥିଲେ, ଡିସେମ୍ବର ୩୧ ତାରିଖ ହେଉଛି ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ ପାଇଁ ଶେଷ ଦିନ ।
ଏହା ପରେ ୫ ହଜାରରୁ ୧୦ ହଜାର ପର୍ଯ୍ୟନ୍ତ ଜରିମାନା ଗଣିବାକୁ ପଡିବ ବୋଲି କହିଛନ୍ତି ରାଜ୍ୟ ପରିବହନ କର୍ତ୍ତୃପକ୍ଷ । ଏହି ପ୍ଲେଟ କେବଳ ଗାଡ଼ି ନିର୍ମାଣକାରୀ ସଂସ୍ଥା ଓ ଅଥରାଇଜଡ ଡିଲର ଲଗାଇ ପାରିବେ । ସେଥିପାଇଁ ଅନଲାଇନରେ ଦେୟ ଦେବାକୁ ପଡିବ । ଯେଉଁ ଗାଡ଼ିର ରେଜିଷ୍ଟ୍ରେସନ ସାର୍ଟିଫିକେଟ୍ ନଥିବ କିମ୍ବା ଫିଟନେସ ସାର୍ଟିଫିକେଟ ନଥିବ, କିମ୍ବା ଟିକସ ବାକି ଥିବ, ସେମାନଙ୍କୁ ନୂଆ ନମ୍ବର ପ୍ଲେଟ୍ ମିଳିବ ନାହିଁ ।

Leave A Reply

Your email address will not be published.