ସାବିତ୍ରୀ ପୂର୍ବରୁ ବଜ଼ାରରେ ମିଳୁଛି କାର୍ବାଇଡ଼ ବ୍ୟବହୃତ ପାଚିଲା ଆମ୍ବ।।ରାଉରକେଲା ବଜ଼ାରରେ କେମିକାଲ ରେ ପଚା ଯାଇଥିବା ଫଳର ପସରା।।
ଏବେ ବଜ଼ାରରେ ମିଳୁଛି ବିଭିନ୍ନ ପ୍ରକାର ପାଚିଲା ଆମ୍ବ। ଏହା ଦେଖିବାକୁ ବେଶ ଲୋଭନୀୟ।ବାଇଗଣ ପଲେଇ , ସୁନ୍ଦରୀ ଆମ୍ବର ସବୁଠାରୁ ବେଶୀ ଡିମାଣ୍ଡ। ଆଗକୁ ସାବିତ୍ରୀ ବ୍ରତ। ତେଣୁ ଏବେ ରାଉରକେଲା ବଜ଼ାରରେ ବିଭିନ୍ନ ଫଳ ସହ ପାଚିଲା ଆମ୍ବ ଭର୍ତ୍ତି ହୋଇଯାଇଛି। ତେବେ ସାବଧାନ୍।

ଲୋଭନୀୟ ଦେଖାଯାଉଥିବା ଏହି ପାଚିଲା ଆମ୍ବ କେତେଦୂର ସ୍ୱାସ୍ଥ୍ୟ ପ୍ରଦ! ଏହି ସବୁ ଆମ୍ବକୁ କୁତ୍ରିମ ଭାବେ ପଚା ଯାଇଥାଏ। ଆମ୍ବ ପଚାଇବାକୁ କାର୍ବାଇଡ଼୍ ର ବ୍ୟବହାର କୁ ନିଷେଧ କରାଯାଇଛି। ତଥାପି ଚାଲିଛି ଏହାର ବେଧଡକ ବ୍ୟବହାର। ବର୍ତ୍ତମାନ ଆମ୍ବ ସିଜିନ୍ ଚାଲିଛି । ବଜାରରେ ଭଳିକି ଭଳି ପାଚିଲା ଆମ୍ବ ପସରା ମେଲାଇ ବସିଛନ୍ତି ଦୋକାନୀ । କିନ୍ତୁ ଚଳିତ ବର୍ଷ ଆମ୍ବ ଦର ଅଧିକ ରହିଥିଲେ ମଧ୍ୟ ଲୋକେ ଏହାକୁ କିଣିବାକୁ ବାଧ୍ୟ ହେଉଛନ୍ତି। ବିଶେଷ କରି ସାବିତ୍ରୀ ଏବଂ ରଜ ରେ ଏହାର ବିକ୍ରୀ ବଢିଯାଇଥାଏ। କିନ୍ତୁ ବଜାରରେ ମିଳୁଥିବା ପାଚିଲା ଆମ୍ବ କେତେ ଯେ କ୍ଷତିକାରକ ତାହା ବୁଝିବାକୁ କାହା ପାଖରେ ସମୟ ନାହିଁ । କିନ୍ତୁ ଚଳିତ ବର୍ଷ ଆମ୍ବ ଦର ଅଧିକ ରହିଥିଲେ ମଧ୍ୟ ଲୋକେ ଏହାକୁ କିଣିବାକୁ ବାଧ୍ୟ ହେଉଛନ୍ତି ।
୨୦୦୬ ଫୁଡ୍ ସେଫ୍ଟି ଆଣ୍ଡ୍ ଷ୍ଟାଣ୍ଡାର୍ଡ ଆକ୍ଟରେ ଫଳ ପଚାଇବା ପାଇଁ କ୍ୟାଲସିୟମ୍ କାର୍ବାଇଡ଼୍ ବ୍ୟବହାରକୁ ବାରଣ କରାଯାଇଛି । ସେହିପରି ୨୦୧୧ ଫୁଡ୍ ସେଫ୍ଟି ରେଗୁଲେସନ୍ ଆକ୍ଟ ଅନୁସାରେ ଫଳ ପଚାଇବା ପାଇଁ କାର୍ବାଇଡ୍ ବ୍ୟବହାର କରୁଥିବା ବ୍ୟକ୍ତିଙ୍କୁ ଜେଲ ଦଣ୍ଡାଦେଶ ହେବାର ପ୍ରାବଧାନ ରହିଛି । କିନ୍ତୁ ଏହି ଆଇନକୁ କେହି ମାନୁନାହାନ୍ତି । ବ୍ୟବସାୟୀ ମାନେ ଆମ୍ବ, ଅମୃତଭଣ୍ଡା, କଦଳୀ, ଲିଚୁ ଆଦି ଫଳକୁ ପଚାଇବା ପାଇଁ କ୍ୟାଲସିୟମ କାର୍ବାଇଡ୍ ବ୍ୟବହାର କରୁଛନ୍ତି । ଅଧିକାଂଶ ଫଳ ବାହାର ରାଜ୍ୟରୁ ଆସୁଥିବା ବେଳେ ପାଚିଲା ଫଳ ଆଣି ବିକ୍ରି କରିବା ସମ୍ଭବ ହେଉନାହିଁ । ତେଣୁ କଞ୍ଚା ଫଳକୁ କାର୍ବାଇଡ଼୍ ଦେଇ ପଚାଇ ବିକ୍ରି କରୁଛନ୍ତି ଫଳ ବ୍ୟବସାୟୀ ।
କେବଳ ଆମ୍ବ ନୁହେଁ କଦଳି କୁ ମଧ୍ୟ ଅତି ମାରାତ୍ମକ କେମିକାଲ ଦ୍ୱାରା ପଚା ଯାଉଛି। ଆମ୍ବ ପଚାଇବାକୁ କାର୍ବାଇଡ଼ ବ୍ୟବହାର କରାଯାଉଥିବା ବେଳେ କଦଳୀ କୁ କେମିକାଲ ପାଣିରେ ବୁଡାଇ ପଚାଯାଉଛି। ଏହା ମନୁଷ୍ୟ ସ୍ୱାସ୍ଥ୍ୟ ଲାଗି ଅତ୍ୟନ୍ତ କ୍ଷତିକାରକ। ସାଧାରଣ ଲୋକ ଏହାର ଭୟାବହତା ଜାଣିବା ସମ୍ଭବ ନୁହେଁ। ତେବେ ଏହି ଫଳ ସିଜିନ ରେ ରାଉରକେଲା ମହାନଗର ନିଗମ ସ୍ୱାସ୍ଥ୍ୟ ବିଭାଗ ଏଥିପ୍ରତି ସଜାଗ ରହିବା ଆବଶ୍ୟକ ହୋଇପଡିଛି।
