ଦିନକ ପରେ ସାବିତ୍ରୀ ବ୍ରତ।। ରାଉରକେଲା ବଜଜାରରେ ଫଳମୂଳ ର ସମ୍ଭାର।। ସମସ୍ତ ଫଳର ଦର ୧୦୦ ଟଙ୍କା ଉପରେ।

0 395

ଆଉ ଦିନକ ପରେ ସାବିତ୍ରୀ। ଓଡ଼ିଶାର ପୁରପଲ୍ଲୀରେ ଏହି ସାବିତ୍ରୀ ବ୍ରତକୁ ଘରେ ଘରେ ପାଳନ ପାଳନ କରାଯାଇଥାଏ। ସ୍ୱାମୀଙ୍କ ଦୀର୍ଘ ଜୀବନ କାମନା କରି ସ୍ତ୍ରୀ ମାନେ ଉପବାସ ରହି ଏହି ବ୍ରତ ରେ ପୂଜାର୍ଚ୍ଚନା କରିଥାନ୍ତି। ବିଧି ଅନୁସାରେ ବିଭିନ୍ନ ପ୍ରକର ଫଳମୂଳ ସହ ପୂଜାର୍ଚ୍ଚନା କରାଯାଇଥାଏ।

ଏଥିଲାଗି ଏବେ ବଜାରରେ ବିଭିନ୍ନ ପ୍ରକାର ଫଳ ମୂଳର ସମ୍ଭାର। ରାଉରକେଲା ସହରରେ ମଧ୍ୟ ସାବିତ୍ରୀ ବ୍ରତ ଲାଗି ବିଭିନ୍ନ ସ୍ଥାନରେ ନାନା ପ୍ରକାର ଫଳ। ବିକ୍ରି ଆରମ୍ଭ ହୋଇ ଗଲାଣି। ଆମ୍ବ , ଲିଚୁ , ପିଜୁଳି , ଅଙ୍ଗୁର , ସପୁରୀ , କଦଳୀ , ସେଓ , ନାସପାତି , କମଳା ଆଦି ମିଳୁଥିବା ବେଳେ ଫଳ ଗୁଡିକର ଦର ମଧ୍ୟ ବଢିବା ଆରମ୍ଭ ହେଲାଣି। କୌଣସି ଫଳ କେଜି ପ୍ରତି ୧୦୦ ଟଙ୍କା ତଳେ ନାହିଁ। ସାବିତ୍ରୀ ବ୍ରତ ଆଉ ଦୁଇଦିନ ବାକି ଥିବାରୁ ଫଳ ର ଦର ଆହୁରି ବୃଦ୍ଧି ପାଇବାର ସମ୍ଭାବନା ରହିଛି।

Leave A Reply

Your email address will not be published.