ରାଉରକେଲା ବଣିକ ସଙ୍ଘ ର ନବ ନିର୍ବାଚିତ ପ୍ରତିନିଧିଙ୍କୁ ସମ୍ବର୍ଦ୍ଧନା।।
୪ ଟି ଟ୍ରକ ଏବଂ ଟ୍ରେଲର ମାଲିକ ସଙ୍ଘ ସହ ବଣିକ ସଂଘର ଆଲୋଚନା।

0 382

ରାଉରକେଲା ବଣିକ ସଙ୍ଘ ର ନବ ନିର୍ବାଚିତ ପ୍ରତିନିଧି ମାନଙ୍କୁ ବିଭିନ୍ନ ଟ୍ରକ ଏବଂ ଟ୍ରେଲର ମାଲିକ ସଂଘ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି।

ରାଉରକେଲା ଏବଂ ବେଦବ୍ୟାସ ଟ୍ରକ ମାଲିକ ସଙ୍ଘ , ମାଇନିଂ ଏରିଆ ଟ୍ରକ ଏବଂ ଟ୍ରେଲର ସଂଘର କର୍ମକର୍ତ୍ତା ମାନଙ୍କ ବଣିକ ସଂଘ କାର୍ଯ୍ୟାଳୟରେ ଏକ ବୈଠକ ହୋଇଥିଲା। ଏହି ଅଲୋଚନା ବୈଠକରେ ବଣିକ ସଂଘର କର୍ମକର୍ତ୍ତା ମାନେ ମଧ୍ୟ ଯୋଗ ଦେଇଥିଲେ। ବଣିକ ସଙ୍ଘ ଏବଂ ୪ ଟି ଟ୍ରକ ମାଲିକ ସଙ୍ଘ ମଧ୍ୟରେ ସଠିକ ସମନ୍ୱୟ ରକ୍ଷା କରି କାମ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଆପୋଷ ବୁଝାମଣା ମଧ୍ୟରେ ସମସ୍ତ ସମସ୍ୟାର ସମାଧାନ ହେବ ବୋଲି ବଣିକ ସଙ୍ଘ ସଭାପତି ସୁବ୍ରତ ପଟ୍ଟନାୟକ କହିଥିଲେ। ଟ୍ରକ ମାଲିକ ସଂଘର ସଭାପତି ବିଜୟ କୁମାର ପ୍ରଧାନ ଏବଂ ସାଧାରଣ ସମ୍ପାଦକ ବିଶ୍ୱରଂଜନ ବେଉରିଆ ଙ୍କ ସମେତ ସଙ୍ଘ ର ଅନ୍ୟ କର୍ମକର୍ତ୍ତା ମାନେ ମଧ୍ୟ ଆଲୋଚନାରେ ଭାଗ ନେଇଥିଲେ।

Leave A Reply

Your email address will not be published.