ପେଟ୍ରୋଲ ପାଇଁ ରାଉରକେଲା ର ବିଭିନ୍ନ ପମ୍ପରେ ପ୍ରବଳ ଭିଡ।। ଆଜି ସନ୍ଧ୍ୟା ୬ଟା ରୁ ଶନିବାର ସକାଳ ୬ଟା ପର୍ଯ୍ୟନ୍ତ ପେଟ୍ରୋଲ ପମ୍ପ ବନ୍ଦ।

0 419

ରାଜ୍ୟ ପେଟ୍ରୋଲ ଡିଲର୍ସ ଆସୋସିଏସନ ପକ୍ଷରୁ ଦୁଇଦିନ ଧରି ପେଟ୍ରୋଲ ପମ୍ପ ବନ୍ଦ ଡକରା ଡାକରା ଯୋଗୁଁ ଏହାର ପ୍ରଭାବ ରାଉରକେଲା ରେ ପଡିଛି। ଆଜି ସନ୍ଧ୍ୟା ୬ଟାରୁ କାଲି ସକାଳ ୬ଟା ଏବଂ ୨୮ ତାରିଖ ସନ୍ଧ୍ୟା ୬ଟାରୁ ୨୯ ସକାଳ ୬ଟା ଯାଏଁ ରାଜ୍ୟରେ ପେଟ୍ରୋଲ ପମ୍ପ ବନ୍ଦ ରହିବ ।


ପେଟ୍ରୋଲ ସଂଘର କହିବା ଅନୁସାରେ, କେନ୍ଦ୍ର ସରକାର ତେଲଦର କମାଇବା ପରେ ଡିଲରମାନେ କ୍ଷତି ସହିଛନ୍ତି । ପେଟ୍ରୋଲ ସାମଗ୍ରୀ ଅର୍ଡର ସମୟରେ ହଠାତ ଟିକସ ହ୍ରାସ ହୋଇଛି । ଏହାକୁ ନେଇ ସଂଘ ବନ୍ଦ ଡକରା ଦେଇଛି । ଦୁଇ ଦିନ ପେଟ୍ରୋଲ ପମ୍ପ ବନ୍ଦ ରହିବା ନେଇ ବିଭିନ୍ନ ପ୍ରକାର ଗୁଜବ ହେଉଛି। ଫଳରେ ଆଜି ସନ୍ଧ୍ୟା ପୂର୍ବରୁ ରାଉରକେଲା ର ବିଭିନ୍ନ ପେଟ୍ରୋଲ ପମ୍ପ ରେ ପ୍ରବଳ ଭିଡ ଲାଗି ରହିଥିଲା। ଯଦିଓ ସକାଳ ୬ଟା ରୁ ସାନ୍ଧ୍ୟ ୬ଟା ପର୍ଯ୍ୟନ୍ତ ପମ୍ପ ଖୋଲା ରହିବ ତଥାପି ପେଟ୍ରୋଲ ନେବାକୁ ଲୋକଙ୍କ ଲମ୍ବା ଲାଇନ ଲାଗି ଥିଲା। ଭିଡ଼ ଥିବାରୁ କେତେକ ପମ୍ପ ବିଳମ୍ବ ରେ ବନ୍ଦ ହୋଇଥିଲା।

Leave A Reply

Your email address will not be published.