ରାଜ୍ୟରେ ଦୁଇଦିନ ଧରି ସନ୍ଧ୍ୟାରୁ ସକାଳ ପର୍ଯ୍ୟନ୍ତ ପେଟ୍ରୋଲ ପମ୍ପ ବନ୍ଦ ରହିବ।। ଶୁକ୍ରବାର ସନ୍ଧ୍ୟାରୁ ଶନିବାର ସକାଳ ଏବଂ ଶନିବାର ସନ୍ଧ୍ୟାରୁ ରବିବାର ସକାଳ ବନ୍ଦ ।

0 1,134

ଆଜି ଏବଂ ଶନିବାର ରାତିରେ ରାଜ୍ୟରେ ପେଟ୍ରୋଲ ପମ୍ପ ବନ୍ଦ ରହିବ । ରାଜ୍ୟ ପେଟ୍ରୋଲ ଡିଲର୍ସ ଆସୋସିଏସନ ପକ୍ଷରୁ ଦୁଇଦିନ ଧରି ଏହି ବନ୍ଦ ଡକରା ଦିଆଯାଇଛି । ଆଜି ସନ୍ଧ୍ୟା ୬ଟାରୁ କାଲି ସକାଳ ୬ଟା ଏବଂ ୨୮ ତାରିଖ ସନ୍ଧ୍ୟା ୬ଟାରୁ ୨୯ ସକାଳ ୬ଟା ଯାଏଁ ରାଜ୍ୟରେ ପେଟ୍ରୋଲ ବନ୍ଦ ରହିବ ।


ପେଟ୍ରୋଲ ସଂଘର କହିବା ଅନୁସାରେ, କେନ୍ଦ୍ର ସରକାର ତେଲଦର କମାଇବା ପରେ ଡିଲରମାନେ କ୍ଷତି ସହିଛନ୍ତି । ପେଟ୍ରୋଲ ସାମଗ୍ରୀ ଅର୍ଡର ସମୟରେ ହଠାତ ଟିକସ ହ୍ରାସ ହୋଇଛି । ଏହାକୁ ନେଇ ସଂଘ ବନ୍ଦ ଡକରା ଦେଇଛି । ତେବେ ବନ୍ଦକୁ ନେଇ ସଂଘ ମଧ୍ୟରେ ମତ ପାର୍ଥକ୍ୟ ଦେଖାଦେଇଛି ।

ପେଟ୍ରୋଲିୟମ ଡିଲର୍ସ ଆସୋସିଏସନ ବନ୍ଦକୁ ସମର୍ଥନ କରୁଥିବାବେଳେ ଅନ୍ୟ ଏକ ସଂଘ ବନ୍ଦରୁ ଦୁରେଇ ରହିଛି । ଫଳରେ କିଛି ପେଟ୍ରୋଲ ପମ୍ପ ଖୋଲା ରହିବାବେଳେ ଆଉ କିଛି ବନ୍ଦ ରହିବ ବୋଲି ଜଣାପଡିଛି । ତେବେ ଇଣ୍ଡିଆନ୍ ଅଏଲ, ହିନ୍ଦୁସ୍ଥାନ ପେଟ୍ରୋଲିୟମ ଏବଂ ଇଣ୍ଡିଆନ ପେଟ୍ରୋଲିୟମ ପମ୍ପ ବନ୍ଦ ରହିବା ନେଇ ସ୍ପଷ୍ଟ କରିଛନ୍ତି । କିନ୍ତୁ ଅନ୍ୟ କେଉଁ କେଉଁ ପେଟ୍ରୋଲ ପମ୍ପ ବନ୍ଦ ରହିବ ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।

Leave A Reply

Your email address will not be published.