ରୋଟାରୀ କ୍ଲବ ପକ୍ଷରୁ ଆୟୋଜିତ ରକ୍ତଦାନ ଶିବିରରେ ରିମ୍ସ ଛାତ୍ରଛାତ୍ରୀ ମାନେ ରକ୍ତ ଦାନ କଲେ ।

0 383

ରୋଟାରୀ କ୍ଲବ , ରାଉରକେଲା ତରଫରୁ ଗୁରୁବାର ଦିନ ରାଉରକେଲା ସରକାରୀ ହସପିଟାଲ ର ବ୍ଲଡ଼ ବ୍ୟାଙ୍କ ପରିସରରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି।

ଏହି ଶିବିର ରେ ରାଉରକେଲା ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟ ଏଣ୍ଡ ଷ୍ଟଡିଜ(ରିମ୍ସ) ର ରୋଟାରିଆନ ମାନେ ସକ୍ରିୟ ଭାବେ ଅଂଶ ଗ୍ରହଣ କରିଥିଲେ । ରିମ୍ସ ର ଛାତ୍ରଛାତ୍ରୀ ମାନେ ରକ୍ତଦାନ କରିଥିଲେ। ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରୁ ପ୍ରିୟଙ୍କା , ଅନୁଷ୍କା , ବୋଧସ୍ୱତ୍ୱ , ଶିବଶମ୍ଭୁ , ଗିରିଜା , ଆଦର୍ଶ ଙ୍କ ସମେତ ଅନେକ ଛାତ୍ରଛାତ୍ରୀ ରକ୍ତଦାନ କରିଥିଲେ।ଏହି ଅବସରରେ ରିମ୍ସ ର ପ୍ରଫେସର ସିଦ୍ଧାର୍ଥ ଶଙ୍କର ପ୍ରଧାନ , ପ୍ରଫେସର ଗାୟତ୍ରୀ କୁରୁପ , ରୋଟାରୀ ରିମ୍ସ ର ସଭାପତି ଦେବାଶୁ ଦାସ , ସମ୍ପାଦିକା ଅଂଶୁ କୁମାରୀ ଯୋଗଦାନ କରିଥିଲେ। ଏହି ରକ୍ତଦାନ ଶିବିରକୁ ରୋଟାରୀ କ୍ଲବର ସଭାପତି ଅର୍ଚ୍ଚନା ମହାନ୍ତି , ସମ୍ପାଦିକା ପିୟୁ ଗୁହା , ଉପଦେଷ୍ଟା ଅଞ୍ଜନା ମୈତ୍ର , ରିମ୍ସ ର ବବଲୀ , ପରିଣୀତା , ସଂସ୍କୃତି , ଅଦିତି , ଆୟୁଷ , ସ୍ବେଛାସେବୀ ଦୀପ୍ତି ,ମଧୁଲିକା , ଦିଲେଶ୍ୱରୀ , ସୁପ୍ରିୟା , ଅଞ୍ଜଳି , ଗୌରବ , ରଘୁ ପ୍ରମୁଖ ସହଯୋଗ କରିଥିଲେ। ରିମ୍ସ ର ଅଧ୍ୟକ୍ଷା ନଳିନୀପ୍ରଭା ପଟ୍ଟନାୟକ ରୋଟାରୀ କ୍ଲବର ସମସ୍ତ ସଦସ୍ୟା ଏବଂ ସଦସ୍ୟ ଙ୍କୁ ଶୁଭେଚ୍ଛା ଜଣାଇବା ସହ ରକ୍ତଦାନ ଶିବିରରେ ଅଂଶଗ୍ରହଣ କରିଥିବାରୁ ଅଭିନନ୍ଦନ ଜ୍ଞାପନ କରିଥିଲେ

Leave A Reply

Your email address will not be published.