ସମ୍ମାନ ସହ ଜୀବନ ଯାପନ କରିବେ ଯୌନ କର୍ମୀ।।ସୁପ୍ରିମକୋର୍ଟ ଙ୍କ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ନିର୍ଦେଶବଳୀ।

0 348
  • କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଜାରି କଲେ ନିର୍ଦ୍ଦେଶନାମା
  • ନିଜ ଇଚ୍ଛାରେ କାମ କରୁଥିବା ଯୌନ କର୍ମୀଙ୍କ ଉପରେ ଚଢଉ କରିପାରିବନି ପୋଲିସ
    *ଯୌନ କର୍ମୀଙ୍କ ଉପରେ ପୋଲିସ ଚଢଉ କରିବାର ଫଟୋ, ଭିଡିଓ ଦେଖାଇ ପାରିବେନି ଗଣମାଧ୍ୟମ
  • ପ୍ରେସ କାଉନସିଲ ଅଫ ଇଣ୍ଡିଆକୁ କଟକଣା ଲଗାଇବା ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
    *ସ୍ଥାୟୀ ଠିକଣା ପାଇଁ ଆଧାର କାର୍ଡରୁ ବଞ୍ଚିତ ହେଉଥିବା ଯୌନ କର୍ମୀଙ୍କୁ ତୁରନ୍ତ ଆଧାର କାର୍ଡ ଦିଆଯିବ
  • ଯୌନ କର୍ମୀଙ୍କ ଅଧିକାରର ସୁରକ୍ଷା ପାଇଁ ୨୦୧୧ରେ ସୁପ୍ରିମକୋର୍ଟ ଗଠନ କରିଥିଲେ ପ୍ୟାନେଲ
  • ଏଥିପାଇଁ ଟର୍ମ ଅଫ ରେଫରେନ୍ସ ମଧ୍ୟ କାର୍ଯ୍ୟକାରୀ କରିଥିଲେ ସୁପ୍ରିମକୋର୍ଟ
  • ୨୦୧୬ରେ ପ୍ୟାନେଲ ପକ୍ଷରୁ ଏକ ବିସ୍ତୃତ ରିପୋର୍ଟ କୋର୍ଟରେ ଦାଖଲ ହୋଇଥିଲା
  • ପ୍ୟାନେଲ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ଗ୍ରହଣ କରିଥିଲେ କେନ୍ଦ୍ର ସରକାର
  • ପ୍ରାପ୍ତ ବୟସ୍କ ନିଜ ଇଚ୍ଛାରେ ଦେହ ବ୍ୟବସାୟ କରୁଥିଲେ ଫୌଜଦାରୀ ମାମଲା କରିପାରିବନି ପୋଲିସ
    *ପୋଲିସ ପାଖକୁ ଅଭିଯୋଗ ନେଇ ଯୌନ କର୍ମୀ ଗଲେ ଗୁରୁତର ସହ ଗ୍ରହଣ କରିବ
  • ଯୌନ କର୍ମୀଙ୍କୁ ଜାତୀୟ, ରାଜ୍ୟ ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚେତନ କରିବ
  • ଯୌନ କର୍ମୀଙ୍କ ପିଲାଙ୍କୁ କୌଣସି ପରିସ୍ଥିତିରେ ତାଙ୍କଠାରୁ ଅଲଗା କରାଯାଇ ପାରିବନି

ଦେହଜୀବୀଙ୍କ ସ୍ୱାଧୀନତା ଓ ସମ୍ମାନକୁ ନେଇ ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶନାମା ଜାରି କରିଛନ୍ତି। ବିଶେଷ କରି ସେମାନଙ୍କ ବଞ୍ଚିବାର ଅଧିକାର ଉପରେ ପୁଲିସ ଯେମିତି ଅଜଥା ହସ୍ତକ୍ଷେପ ନକରେ ସେନେଇ ଚେତବାନୀ ଦିଆଇଛନ୍ତି। ସହମତି ଭିତିରେ ପରସ୍ପରକୁ ଆପଣେଇଥିବା ଦେହଜୀବୀଙ୍କ ବ୍ୟକ୍ତିଗତ ମାମାଲାରେ ପୁଲିସ ଅଜଥା ହସ୍ତକ୍ଷେପ କରିପାରିବ ନାହିଁ। ସେମାନଙ୍କ ବିରୋଧରେ ପୁଲିସ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ ନାହିଁ। ବେଶ୍ୟା ଏକ ବୃତ୍ତି ଏବଂ ଆଇନ ଅନୁଯାୟୀ ଦେହଜୀବୀମାନେ ସମ୍ମାନ ସହ ସମାନୁପାତିକ ଅଧିକାର ପାଇବା ପାଇଁ ହକଦାର। ଜଷ୍ଟିଷ ଏଲଏନ ନାଗେଶ୍ୱର ରାଓଙ୍କ ଅଧ୍ୟକ୍ଷତାରେ ୩ ଜଣିଆ ଖଣ୍ଡପୀଠ ଏମିତି କିଛି ଟିପ୍ପଣୀ ରଖିବା ସହ ୬ଟି ନିର୍ଦ୍ଦେଶନାମା ଜାରି କରିଛନ୍ତି।

ଦେହବଜୀବୀଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେଇଛନ୍ତି ସୁପ୍ରିମକୋର୍ଟ। ଏହି ୩ ଚଣିଆ ଖଣ୍ଡପୀଠ କହିଛନ୍ତି ଯେ, ଆଇନ ଅନୁଯାୟୀ ଯୌନ କର୍ମୀ ତଥା ଦେହଜୀବୀମାନେ ସମାନ ଅଧିକାର ପାଇବା ପାଇଁ ହକଦାର। ବୟସ ଦୃଷ୍ଟିରୁ ସମସ୍ତ ମାମଲାରେ ଅପରାଧିକ ଆଇନ ସମାନ ଦୃଷ୍ଟି ଲାଗୁ ହେବା ଉଚିତ। ଯେତେବେଳେ ସହମତି ଭିତ୍ତିରେ ଯୌନକର୍ମମାନେ ସ୍ୱାଧୀନ ଭାବେ ବ୍ରଞ୍ଚିବାକୁ ଚାହାନ୍ତି ପୁଲିସ ସେଠାରେ ଅଜଥା ହସ୍ତକ୍ଷେପ କରିବାପାରିବ ନାହିଁ। ସେ କ୍ଷେତ୍ରରେ ପୁଲିସ ଅପରାଧିକ ଦୃଷ୍ଟିରେ ଦେଖିପାରି ନାହିଁ

Leave A Reply

Your email address will not be published.