ତେଲ ଦର ହ୍ରାସ ସହ ରାଜ୍ୟରେ କମିଲା ବସ ଭଡା।

0 393

ତେଲ ଦର କମିବା ସହ ରାଜ୍ୟରେ ବସ୍ ଭଡା ହ୍ରାସ ପାଇଛି । କିଲୋମିଟର ପିଛା ସାଧାରଣ ବସ୍ ଭଡା ୩ ପଇସା ହ୍ରାସ ପାଇଛି ।ସେହିପରି ଏସି ବସ୍ ଭଡା କିଲୋମିଟର ପିଛା ୬ପଇସା କମିଛି । ଅର୍ଡିନାରୀ ବସ ଭଡା ୯୨ ପଇସାରୁ ୮୯ ପଇସାକୁ ହ୍ରାସ ପାଇଥିବା ବେଳେ ଏକ୍ସପ୍ରେସ ବସ ଭଡା ୯୬ରୁ ୯୩ ପଇସା, ଡିଲକ୍ସ ୧.୩୫ରୁ ୧.୨୯ ପଇସାକୁ ହ୍ରାସ ପାଇଛି ।
ସେହିପରି ଏସି ଡିଲକ୍ସ ଭଡା ୧.୩୬ରୁ ୧.୫୭ ପଇସାକୁ ହ୍ରାସ ପାଇଛି । ସୁପର ପ୍ରିମିୟମ ଭଡା ୨ଟଙ୍କା ୫୩ରୁ ୨ ଟଙ୍କା ୪୪ ପଇସାକୁ ହ୍ରାସ ପାଇଛି । ବସଭଡା ହ୍ରାସ ନେଇ ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

Leave A Reply

Your email address will not be published.