ଜରୁରୀକାଳୀନ ସ୍ଥିତି ର ମୁକାବିଲା ଲାଗି ରାଉରକେଲା ରେ ପ୍ରଶିକ୍ଷଣ କ୍ୟାମ୍ପ।। ବେସାମରିକ ପ୍ରତିରକ୍ଷା ସଂଗଠନର ସ୍ବେଛାସେବୀ ଙ୍କୁ ଦିଆଗଲା ଟ୍ରେନିଂ।

0 280

ବେସାମରିକ ପ୍ରତିରକ୍ଷା ସଂଗଠନର ସ୍ବେଛାସେବୀଙ୍କୁ ଗତ ୨୩ ତାରିଖରୁ ରାଉରକେଲା ରେ ଦିଆଯାଉଥିବା ଜରୁରୀକାଳୀନ ପ୍ରଶିକ୍ଷଣ କ୍ୟାମ୍ପ ଗୁରୁବାର ଦିନ ଉଦଯାପିତ ହୋଇଯାଇଛି।
ଯେକୋୖଣସି ପ୍ରକାର ବିପର୍ଯ୍ୟୟ କୁ ସମ୍ମୁଖିନ କରିବା କୌଶଳ ଏବଂ ପ୍ରତେକ ଜୀବନକୁ ସୁରକ୍ଷିତ ରଖିବା ପ୍ରଣାଳୀ ଓ ଲୋକ ମାନଙ୍କ ପାଖରେ କିପରି ସହାୟତା ପହଞ୍ଚାଇ ପାରିବେ ସେ ବାବଦରେ ପ୍ରଶିକ୍ଷଣ ଦିଆଯାଇଥିଲା।

ଏହା ସହିତ ବିପର୍ଯ୍ୟୟ ସମୟରେ ବେସାମରିକ ପ୍ରତିରକ୍ଷା ସଂଗଠନ ସ୍ୱେଚ୍ଛାସେବୀ ମାନଙ୍କ ଦାୟିତ୍ୱ ଓ ଭୂମିକା ବିଷୟରେ ଅବଗତ କରା ଯାଇଥିଲ। ଉଦ୍ଧାର କାର୍ଯ୍ୟ , ଅଗ୍ନି କାଣ୍ଡ ସମୟରେ ସ୍ୱେଚ୍ଛାସେବୀ ମାନେ କିପରି ଭାବରେ ନିଆଁ କୁ ଆୟତ୍ତ କରିପାରିବେ ଏବଂ ପୀଡ଼ିତ/ପିଡିତା ଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିପାରିବେ ସେ ବାବଦରେ ପ୍ରଶିକ୍ଷଣ ଦିଆଯାଇଥିଲା। ଜରୁରୀକାଳୀନ ପରିସ୍ଥିତି ରେ ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା , ତତ୍କାଳ ଷ୍ଟ୍ରେଚର ପ୍ରସ୍ତୁତ କରି ଆହତ ବ୍ୟକ୍ତି କୁ ସ୍ଥାନାନ୍ତରିତ କରିପାରିବା ତାଲିମ ମଧ୍ୟ ଦିଆ ଯାଇଥିଲା । ଏହା ସହ ଆପତ୍ତ କାଳୀନ ସ୍ଥିତିରେ ବ୍ରିଜ ପସ୍ତୁତ କରିବା, ଭାସମାନ ଉପକରଣ ର ବ୍ୟବହାର କରି କିପରି ନିଜକୁ ଓ ଅନ୍ୟ ମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରି ପାରିବା ସେ ବାବଦରେ ମଧ୍ୟ ତାଲିମ ଦିଆ ଯାଇ ଥିଲା

ଏହି କାଯ୍ୟକ୍ରମକୁ ସଫଳ କରି ବାରେ ସିଭିଲ ଡିଫେନ୍ସ ର ମାଷ୍ଟର ଟ୍ରେନର ରାଉରକେଲା ର ଶୁଭେନ୍ଦୁ ପଣ୍ଡା , କୋରାପୁଟ ର ଅପୂର୍ବ ପଟନାୟକ, ଭୁବନେଶ୍ୱର ର ନିଖିଲ କୁମାର ପୃଷ୍ଟି ଙ୍କ ଅବଦାନ ବେଶ ଉଲ୍ଲେଖନୀୟ ଥିଲା ।

Leave A Reply

Your email address will not be published.