ଦରବୃଦ୍ଧି ପ୍ରତିବାଦରେ ମିଳିତ ବାମପନ୍ଥୀ ଦଳର ରାଉରକେଲା ରେ ଗଣ ବିକ୍ଷୋଭ।। ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଦରବୃଦ୍ଧି ନିୟନ୍ତ୍ରଣ ଲାଗି ପ୍ରଧାନମନ୍ତ୍ରୀ ଙ୍କୁ ସ୍ମାରକପତ୍ର।
ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ର ଦର ବୃଦ୍ଧି ପ୍ରତିବାଦ ରେ ମିଳିତ ବାମପନ୍ଥୀ ଦଳ ପକ୍ଷରୁ ରାଉରକେଲା ରେ ଗଣ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହି ବିକ୍ଷୋଭ ରେ ସିପିଆଇ , ସିପିଆଇ (ଏମ୍) , ସିପିଆଇ (ଏମ୍ ଏଲ) ର ସଦସ୍ୟ ମାନେ ସାମିଲ ଥିଲେ ।

ଗୁରୁବାର ଦିନ ଆୟୋଜିତ ଏହି ବିକ୍ଷୋଭରେ ବାମପନ୍ଥୀ ଦଳର କର୍ମୀମାନେ ହାତରେ ପ୍ଲାକାର୍ଡ ଧରି ଦରବୃଦ୍ଧି ର ପ୍ରତିବାଦ କରିଥିଲେ। ରୋଷେଇ ଗ୍ୟାସ , ପେଟ୍ରୋଲ , ଡିଜେଲ , ଖାଦ୍ୟ ସାମଗ୍ରୀ ଆଦିରେ ଦରବୃଦ୍ଧି ଯୋଗୁଁ ସାଧାରଣ ଜନତା ପେଷି ହୋଇ ଯାଉଥିବା ବେଳେ ଏହାକୁ ତୁରନ୍ତ ନିୟନ୍ତ୍ରଣ କରିବାକୁ ସରକାର ପଦକ୍ଷେପ ନେବାକୁ ଦାବି କରାଯାଇଥିଲା। ଏ ବାବଦରେ ଏକ ସ୍ମାରକପତ୍ର ଦେଶର ପ୍ରଧାନମନ୍ତ୍ରୀ ଙ୍କ ଉଦ୍ଧେଶ୍ୟରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଙ୍କ ମାଧ୍ୟମରେ ପଠାଯାଇଥିଲା।