ଜେଲ ରେ କିରାଣୀ କାମ କରିବେ ପୂର୍ବତନ କ୍ରିକେଟର ତଥା ରାଜନେତା ନବଜୋତ ସିଂ ସିଧୁ।। ଦିନକୁ ପାରିଶ୍ରମିକ ୪୦ ରୁ ୯୦ ଟଙ୍କା ।
ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟି ର ପୂର୍ବତନ ଅଧ୍ୟକ୍ଷ ତଥା ପୂର୍ବତନ କ୍ରିକେଟର ନବଜୋତ ସିଂ ସିଧୁ ଏବେ ପଟିଆଲା ଜେଲ ରେ କିରାଣୀ କାମ କରିବେ। କାମ ବାବଦରେ ପ୍ରତିଦିନ ତାଙ୍କୁ ୪୦ ଟଙ୍କାରୁ ୯୦ ଟଙ୍କା ମିଳିବ।

ଏହି ପାରିଶ୍ରମିକ ତାଙ୍କୁ ତାଙ୍କର କାର୍ଯ୍ୟ କୁଶଳତା ଉପରେ ବିଚାର କରାଯିବ। ମିଳୁଥିବା ପାରିଶ୍ରମିକ ତାଙ୍କ ବ୍ୟାଙ୍କ ଆକାଉଣ୍ଟ ରେ ଜମା ହେବ। କିରାଣୀ କାମ ଲାଗି ତାଙ୍କୁ ୩ ମାସ ପ୍ରଶିକ୍ଷଣ ଦିଆଯିବ। ଜେଲ ମନୁଆଲ ମୁତାବକ ଏହି ୯୦ ଦିନ ତାଙ୍କୁ ପାରିଶ୍ରମିକ ମିଳିବ ନାହିଁ। ଆସନ୍ତା ମଙ୍ଗଳବାର ରୁ ତାଙ୍କ କିରାଣୀ ଟ୍ରେନିଂ ଆରମ୍ଭ ହେବାର ସୂଚନା ରହିଛି। ସୂଚନାଯୋଗ୍ୟ ଯେ ଏକ ରୋଡ଼ ରେଜ କେଶ ରେ ସିଧୁ ଙ୍କୁ ୧ ବର୍ଷ ସଶ୍ରମ କାରାଦଣ୍ଡର ଦଣ୍ଡ ବିଧାନ ପରେ ସେ ଏବେ ପାଟିଆଲା ଜେଲ ରେ ଅଛନ୍ତି। ସ୍ୱାସ୍ଥ୍ୟଗତ କାରଣରୁ ମେଡ଼ିକାଲ ବୋର୍ଡ ତାଙ୍କର ଖାଦ୍ୟ ତାଲିକା ପ୍ରସ୍ତୁତ କରିଛନ୍ତି।