ରାଉରକେଲା ରେ ଡିଜିଟାଲ ଡିଭାଇସ ମାଧ୍ୟମରେ ୧୪ ଲକ୍ଷ ୯୮ ହଜାର ଟଙ୍କା ଠକି ନେଇଥିବା ମାମଲାରେ ଜଣେ ଗିରଫ।। ଏଟିଏମ କାର୍ଡ , ପାସବୁକ , ଚେକବୁକ ଆଦି ଜବତ।

0 627

ଡିଜିଟାଲ ଡିଭାଇସ ର ବ୍ୟବହାର କରି ୧୪ ଲକ୍ଷ ୯୮ ହଜାର ଟଙ୍କା ଠକି ନେଇଥିବା ମାମଲା ରେ ରାଉରକେଲା ସାଇବର ଥାନା ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି।

ଗିରଫ ହୋଇଥିବା ୪୨ ବର୍ଷୀୟ ଯୁବକ ବାର୍ଥଲୋମି ଏକ୍କା ଙ୍କ ନିକଟରୁ ପୋଲିସ ବିଭିନ୍ନ ବ୍ୟାଙ୍କ ର ପାସବୁକ , ଏଟିଏମ କାର୍ଡ , ଚେକ ବୁକ ଆଦି ଜବତ କରିଛି । ଅଭିଯୁକ୍ତଙ୍କ ନିକଟରୁ ୨ ଟି ମୋବାଇଲ ଫୋନ ମଧ୍ୟ ଜବତ କରାଯାଇଛି। ଏହି ଯୁବକ ରଘୁନାଥପାଲି ଥାନା ଅନ୍ତର୍ଗତ
ଏ ବି ସି କଲୋନୀରେ ରହୁଥିଲେ। ତାଙ୍କ ପୈତୃକ ଘର ବଡ଼ଗାଁ ଥାନା ଅଞ୍ଚଳରେ ହୋଇଥିବା ବେଳେ ଏଠାରେ ସେ ବହୁଦିନ ଧରି ରହୁଥିଲେ। ୨୨ ଜାନୁଆରୀ ୨୦୨୧ ମସିହାରେ ଏହି ଠକାମି ବାବଦରେ ସାଇବର ଥାନାରେ କେଶ ହୋଇଥିଲା। ପୋଲିସ ଅଭିଯୁକ୍ତ ଙ୍କୁ ଭାରତୀୟ ଦଣ୍ଡ ବିଧାନ ଧାରା ୪୧୯/୪୨୦ ଏବଂ ଆଇ ଟି ଆକ୍ଟ ରେ କୋର୍ଟ ଚାଲାଣ କରି ଅଧିକ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.