ଯାଜପୁର ରୁ ଯାଉଥିବା ଯାତ୍ରୀବାହୀ ଅଟୋ ଭଦ୍ରକ ରେ ଟ୍ରକକୁ ପଛପଟୁ ପିଟିଲା।। ଜଣେ ଯାତ୍ରୀ ମୃତ , ୬ ଆହତ ।

0 456

ଆଜି ସକାଳେ ଏକ ମର୍ମନ୍ତୁଦ ଅଟୋ-ଟ୍ରକ ଦୁର୍ଘଟଣାରେ ଜଣେ ମୃତ୍ୟୁ ବରଣ କରିଥିବା ବେଳେ ୬ ଜଣ ଆହତ ହୋଇଛନ୍ତି। ଘଟଣା ଘଟିଛି ଭଦ୍ରକ ଜିଲ୍ଲାରେ। ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନାର ରିଲାୟନ୍ସ ପେଟ୍ରୋଲ ପମ୍ପ ନିକଟରେ ଟ୍ରକକୁ ପଛପଟୁ ଏକ ଯାତ୍ରୀବାହୀ ଅଟୋ ଧକ୍କା ଦେବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକତ୍ସାଳୟରେ ଭର୍ତ୍ତି କରାଯାଇଛି।


ସୂଚନା ଅନୁଯାୟୀ ଗୁରୁବାର ସକାଳେ ପେଟ୍ରୋଲ ପମ୍ପ ନିକଟରେ ଟ୍ରକ୍‌ଟି ରାସ୍ତାକଡ଼ରେ ଠିଆ ହୋଇଥିଲା। ଏହି ସମୟରେ ଯାଜପୁରରୁ ଅଟୋ ଟି ଯାତ୍ରୀ ମାନଙ୍କୁ ନେଇ ଭଦ୍ରକ ଆସୁଥିଲା। ପେଟ୍ରୋଲ ପମ୍ପ ନିକଟରେ ଅଟୋଟି ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଠିଆ ହୋଇଥିବା ଟ୍ରକ୍‌କୁ ପଛପଟୁ ପିଟିଥିଲା। ଆହତମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଭଦ୍ରକ ଜିଲ୍ଲା ହସପିଟାଲରେ ଭର୍ତ୍ତି କରିଥିଲେ। ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା। ଅଟୋ ଡ୍ରାଇଭର ସମେତ ୭ ଜଣ ଯାତ୍ରୀ ଯାଜପୁର ରୁ ଆସୁଥିଲେ। ପୁଲିସ ଅଟୋକୁ ଜବତ କରି ଘଟଣାର ତଦନ୍ତ କରୁଛି।

Leave A Reply

Your email address will not be published.