‘ସୁନ୍ଦରଗଡ଼ ବହି ପଢ଼’ ଅଭିଯାନ ଅଧୀନରେ ଆରମ୍ଭ ହୋଇଥିବା ‘ଲାଇବ୍ରେରି ଟୁର୍’ କାର୍ଯ୍ୟକ୍ରମ ମାଧ୍ୟମରେ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ପାଠାଗାରକୁ ଆଣି ସେମାନଙ୍କ ଭିତରେ ବହି ପଢ଼ିବାର ଆଗ୍ରହ ସୃଷ୍ଟି କରାଯାଉଛି। ଆଜି ରାଉରକେଲା ଉଦତନଗର ସରକାରୀ ହାଇସ୍କୁଲର ଛାତ୍ରଛାତ୍ରୀମାନେ ମହାନଗର ପାଠାଗାରକୁ ଆସି ବିଭିନ୍ନ ବହି ପଢ଼ିଛନ୍ତି।

ସୁନ୍ଦରଗଡ଼ ବହି ପଢ଼ ଅଭିଯାନ ମାଧ୍ୟମରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ପାଠାଗାର ଖୋଲାଯାଉଛି। ଛାତ୍ରଛାତ୍ରୀ, ଯୁବପିଢ଼ି ଏବଂ ସାଧାରଣ ଲୋକଙ୍କୁ ବହି ପଢ଼ା ପ୍ରତି ଆକର୍ଷିତ କରିବା ଲାଗି ପାଠାଗାରରେ ବିଭିନ୍ନ ବହି ରହିଛି। ସେଠାରେ ଛାତ୍ରଛାତ୍ରୀମାନଙ୍କର ସର୍ଜନାତ୍ମକ ପ୍ରତିଭାର ବିକାଶ ଲାଗି ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ କରାଯାଉଛି
।