ଅତିରିକ୍ତ ମୁଖ୍ୟ ଶାସନ ସଚିବ , ରାଜସ୍ୱ ସତ୍ୟବ୍ରତ ସାହୁଙ୍କ ରାଉରକେଲା ଗସ୍ତ ।। ସବ ରେଜିଷ୍ଟ୍ରର କାର୍ଯ୍ୟାଳୟ ପରିଦର୍ଶନ।
ରାଜସ୍ୱ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ରାଉରକେଲା ଗସ୍ତରେ ଆସି ସବ ରେଜିଷ୍ଟ୍ରର କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ।

ଶ୍ରୀ ସାହୁ ଉକ୍ତ କାର୍ଯ୍ୟାଳୟର ସମସ୍ତ ସମସ୍ୟା ବାବଦରେ ଅବଗତ ହୋଇ ଏହାର ସମାଧାନ ଖୁବ ଶୀଘ୍ର ହେବ ବୋଲି କହିଥିଲେ। ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ , ରାଉରକେଲା ଏଡିଏମ ଡାକ୍ତର ଶୁଭଙ୍କର ମହାପାତ୍ର , ପାନପୋଷ ଉପଜିଲ୍ଲାପାଳ , ତହସିଲଦାର ପ୍ରମୁଖ ଶ୍ରୀ ସାହୁଙ୍କ ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ରାଉରକେଲା ଓକିଲ ସଂଘର କର୍ମକର୍ତ୍ତା ମାନେ ମଧ୍ୟ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ଭେଟ କରି ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ ।