ରାଉରକେଲା ଏସ କେ ଡିଏଭି ପଲିଟେକ୍ନିକ ର ଛାତ୍ରଛାତ୍ରୀ ମାନଙ୍କ ସଫେଇ ଅଭିଯାନ।। ଯୋଗଦେଲେ ବିଧାୟକ ସାରଦା ପ୍ରସାଦ ନାୟକ।

0 432

ରାଉରକେଲା ଏସ କେ ଡି ଏ ଭି ସରକାରୀ ପଲିଟେକ୍ନିକ ର ଛାତ୍ର ଛାତ୍ରୀ ମାନେ ଆରମ୍ଭ କରିଛନ୍ତି ସଫେଇ ଅଭିଯାନ। ଅଭିଯାନର ପ୍ରଥମ ଦିନରେ କଲେଜ ର କ୍ୟାମ୍ପସ ଏବଂ କ୍ୟାମ୍ପସ ବାହାର ପଟେ ସଫେଇ କରାଯାଇଥିଲା।

ଛାତ୍ରଛାତ୍ରୀ ମାନେ ହାତରେ ଝାଡୁ , ଝୁଡ଼ି ଆଦି ଧରି କଲେଜ ପରିସରକୁ ପରିଷ୍କାର କରିବାରେ ଲାଗିପଡିଥିଲେ । ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ଲାଗି ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ। ଡିଏଭି ପଲିଟେକ୍ନିକ କଲେଜ ର ପ୍ରିନ୍ସପାଲ ରୀନା ରାଏ , ଛାତ୍ର ନେତା ଅବିକ କୁମାର , ବିବେକ ଗୁପ୍ତା ଙ୍କ ସମେତ ବହୁ ଛାତ୍ରଛାତ୍ରୀ ଏହି ସଫେଇ କାର୍ଯ୍ୟକ୍ରମ ରେ ଯୋଗଦେଇଥିଲେ। ନିୟମିତ ଭାବେ ଏହିପରି ସଫେଇ କାର୍ଯ୍ୟକ୍ରମ ଚାଲିବ ବୋଲି କଲେଜ ଛାତ୍ରଛାତ୍ରୀ ମାନେ କହିଛନ୍ତି।

Leave A Reply

Your email address will not be published.